ଆକାଶରେ ଉଡୁଛନ୍ତି ମହାବୀର ହନୁମାନ ! ଭାଇରାଲ ହେଉଛି ଭିଡିଓ

ଏହି ଭିଡିଓଟି ଛତିସଗଡରୁ ଭାଇରାଲ ହୋଇଛି । ସେଠିକାର ଲୋକଙ୍କ ଦ୍ୱାରା ଏହି ଡ୍ରୋନ୍‌ରେ ଉଡୁଥିବା ହନୁମାନ ତିଆରି କରାଯାଇଛି । ଯାହାକୁ ଦେଖିଲେ ଆପଣଙ୍କୁ ପୂର୍ବକାଳର ଉଡୁଥିବା ହନୁମାନଙ୍କର ମନେ ପଡିଯିବ । ଏହି ଡ୍ରୋନବାଲା ହନୁମାନଙ୍କୁ ଦେଖିଲେ ଲାଗୁଛି, ଯେପରି ସତରେ ବଜରଙ୍ଗ ବାଲି ଆକାଶରେ ଉଡୁଛନ୍ତି ।

ବର୍ତ୍ତମାନ ପ୍ରାୟତଃ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭାଇରାଲ ଭିଡିଓ ଦେଖିବା ପାଇଁ ମିଳୁଛି । ଏତେ ସବୁ ଭିଡିଓ ମଧ୍ୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ମାତ୍ରେ ଆପଣ ମଧ୍ୟ କହିବେ ‘ଜୟ ବଜରଙ୍ଗ ବାଲି’ । କାରଣ ମହାବୀର ହନୁମାନଙ୍କର ଏକ ଡ୍ରୋନ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ସାମ୍ନାକୁ ଆସିଛି ।

ଏହି ଭିଡିଓଟି ଛତିଶଗଡରୁ ଭାଇରାଲ ହୋଇଛି । ସେଠିକାର ଲୋକଙ୍କ ଦ୍ୱାରା ଏହି ଡ୍ରୋନ୍‌ରେ ଉଡୁଥିବା ହନୁମାନ ତିଆରି କରାଯାଇଛି । ଯାହାକୁ ଦେଖିଲେ ଆପଣଙ୍କୁ ପୂରାଣରେ ଉଡୁଥିବା ହନୁମାନଙ୍କର ମନେ ପଡିଯିବ । ଏହି ଡ୍ରୋନ୍ ଭିଡିଓରେ ହନୁମାନଙ୍କୁ ଦେଖିଲେ ଲାଗୁଛି, ଯେପରି ସତରେ ବଜରଙ୍ଗ ବାଲି ଆକାଶରେ ଉଡୁଛନ୍ତି ।

ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ବିନାଲ ଗୁପ୍ତାଙ୍କ ଆଇଡିରୁ ପୋଷ୍ଟ କରାଯାଇଛି । ବିନାଲ ଗୁପ୍ତା ଜଣେ ଫଟୋଗ୍ରାଫର ଏବଂ ସେ ଛତିଶଗଡର ଅବିକାପୁରର ମନମୋହକ ଅଞ୍ଚଳରୁ ଏହି ଭିଡିଓଟି ସେୟାର କରାଯାଇଛି ।

ଏହି ଡ୍ରୋନ୍‌ ହନୁମାନଙ୍କୁ ବିଶେଷ ଭାବେ ଦୁର୍ଗା ପୂଜା ପାଇଁ ଆୟୋଜିତ କରାଯାଇଥିଲା । ଏଥିରେ ଡ୍ରୋନ୍‌କୁ ମାହବୀରଙ୍କ ଆକୃତିର ତିଆରି କରାଯାଇଥିଲା । ସେହି ବଜରଙ୍ଗ ବାଲି ଦେଖିବା ପାଇଁ ବହୁତ ହିଁ ସୁନ୍ଦର ଲାଗୁଛନ୍ତି ଓ ଯେପରି ଲାଗୁଛି ଯେ ସମସ୍ତ ଭକ୍ତଙ୍କୁ ଆର୍ଶିବାଦ ଦେଉଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଏହିପରି ଭିଡିଓ ସାମ୍ନାକୁ ଆସିଛି । ୯ ବର୍ଷ ପୂର୍ବରୁ ଲୁଧିଆନାରୁ ଏହିପରି ଏକ ଡ୍ରୋନ୍‌ ହନୁମାନଙ୍କ ଭିଡିଓ ଭାଇରାଲ ହୋଇଥିଲା । ସେହି ସମୟରେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.