ପୁରୀ: ଗାଁ ପୋଖରୀରେ ଗାଧୋଇବା ହେଲା କାଳ, କାର୍ତ୍ତିକ ପୂର୍ଣ୍ଣିମାରେ ଚାଲିଗଲା ୨ ଶିଶୁଙ୍କ ଜୀବନ

ଗୋପ(କେନ୍ୟୁଜ୍):  କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ପୋଖରୀରେ ବୁଡ଼ି ୨ ଶିଶୁଙ୍କର ସଲିଳ ସମାଧି । ପୁରୀ ଜିଲ୍ଲା ନିମାପଡ଼ା ଆଳିପିଙ୍ଗଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଶିଶୁ ।

ମୃତକମାନେ ହେଲେ ସିପୁନ ସାହୁ ଓ ସାଇ ବାରିକ । ସେମାନଙ୍କୁ ଉଦ୍ଧାର କରି ନିମାପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.