Below header

କାର ଦୁର୍ଘଟଣାରେ ପଶ୍ଚିମବଙ୍ଗରେ ୨ ଓଡ଼ିଆ ମୃତ, ୫ ଗୁରୁତର

ଜାତୀୟ ରାଜପଥ ୧୬ ପଶ୍ଚିମବଙ୍ଗରେ ଓଡିଶା ଭଞ୍ଜନଗରରୁ ଯାଇଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି।

କଟକ : ଜାତୀୟ ରାଜପଥ ୧୬ ପଶ୍ଚିମବଙ୍ଗରେ ଓଡିଶା ଭଞ୍ଜନଗରରୁ ଯାଇଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପଟରେ ଯାଜପୁର ଛତିଆ ନିକଟରେ ପଶ୍ଚିମବଙ୍ଗରୁ ଓଡିଶା ଆସିଥିବା ଏକ ବଙ୍ଗୀୟ ପରିବାର ଦୁର୍ଘଟଣା ଶିକାର ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।

ଅନ୍ୟ ୩ ଜଣ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଛତିଆ ନିକଟରେ ହୋଇଥିବା ଦୁର୍ଘଟଣା ଜାତୀୟ ରାଜପଥରେ ବେଆଇନ ଭାବେ ପାର୍କିଂ କରିଥିବା ଏକ ଟ୍ରକ ଯୋଗୁଁ ଘଟିଛି। ଜାତୀୟ ରାଜପଥ ପାଟ୍ରୋଲିଂ ଟିମ ଆହତମାନଙ୍କୁ ଉଦ୍ଧାର କରି ଏସସିବି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.