ବାଇକ୍ କାର ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଲଇଗାଁ ଛକ ଠାରେ ବାଇକ୍ ଏବଂ କାର ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୁତ୍ୟୁ ଘଟିଛି ।

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଲଇଗାଁ ଛକ ଠାରେ ବାଇକ୍ ଏବଂ କାର ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୁତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ବଘିଆପଡା ଫାଣ୍ଡି ଅନ୍ତର୍ଗତ କୁଟିଆପଡ଼ା ଗ୍ରାମର ନିରଞ୍ଜନ ନାୟକ (୩୦) କୌଣସି ଏକ କାମରେ ବାଇକ୍ (ଓଡି ୧୩ ସି ୯୨୨୭) ଯୋଗେ ପୁରୁଣାକଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମ ନିଜ ଭଉଣୀ ଘରକୁ ଆସି  ଘରକୁ ଫେରୁଥିବା ସମୟରେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି ବ୍ରିଜା କାର (ଓଡ଼ି ୦୫ ଏସୀ ୫୨୯୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା । କାର ଚାଳକ ଦୁର୍ଘଟଣା ଘଟେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ସ୍ଥାନୀୟ ଲୋକେ ପୁରୁଣାକଟକ ଥାନା ଏବଂ ଚାରିଛକ ଅଗ୍ନିଶମ ବାହନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନି ଘଟଣାସ୍ଥଳରେ ପହଁଚି ବାଇକ୍ ଆରୋହିଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁରୁଣା କଟକ ପୋଲିସ୍ କାର ଓ ବାଇକ୍ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.