ନଦୀରେ ବୁଡି ଡାକ୍ତର ମୃତ, ହୁଳୁହୁଳା ଯାଇଥିଲେ ବଣ ଭୋଜି କରି

ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ବୁଡି ଡାକ୍ତରଙ୍କ ମୃତ୍ୟୁ। ଡାକ୍ତର ଜଣକ ହେଲେ ବ୍ରହ୍ମପୁର ଗୋଶାଣୀ ନୁଆଗାଁ ଅଂଚଳର ରାକେଶ କୁମାର ପାଢ଼ୀ। ଗ୍ରାମ ନିକଟ ହୁଳୁହୁଳା ଗଣ୍ଡକୁ ୪ ଜଣ ବୁଲି ଯାଇଥିବା ବେଳେ ଋଷିକୂଲ୍ୟା ନଦୀରେ ବୁଡି ଜଣେ ମୃତ l ଘଟଣା ସ୍ଥଳରୁ ସୋରଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ମୃତ ଦେହ ଉଦ୍ଧାର l

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ବୁଡି ଡାକ୍ତରଙ୍କ ମୃତ୍ୟୁ। ଡାକ୍ତର ଜଣକ ହେଲେ ବ୍ରହ୍ମପୁର ଗୋଶାଣୀ ନୁଆଗାଁ ଅଂଚଳର ରାକେଶ କୁମାର ପାଢ଼ୀ।

ସୂଚନା ମୁତାବକ, ଆଜି ସକାଳୁ ଚାରିଜଣ ସାଙ୍ଗ ହୋଇ ପିକନିକ କରିବାକୁ ହୁଳୁହୁଳା ଗଣ୍ଡଙ୍କୁ ଆସିଥିଲେ। ସେଠାରେ ଭୋଜି ଖାଇବା ପରେ ଚାରିଜଣ ସାଙ୍ଗ ହୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗଣ୍ଡରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ଡାକ୍ତର ଜଣକ।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚି ବହୁ ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ଡାକ୍ତର ଜଣକ ଏମ କେ ସି ଜି ମେଡ଼ିକାଲରେ ପିଜି କରୁଥିବା ସୂଚନା ମିଳିଛି । ଦୁଇ ଜଣ ଡାକ୍ତର ସାଙ୍ଗ ଥିବା ବେଳେ ଅନ୍ୟଜଣେ ଇଂଜିନିୟର ସାଙ୍ଗ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.