Below header

ନ୍ୟୁଜଲାଣ୍ଡକୁ ୪ ଓ୍ଵିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ, ଦୁଇ ଦଶନ୍ଧି ପରେ ଭାରତଠୁ ପ୍ରଥମ ଥର ହାରିଲା ନ୍ୟୁଜଲାଣ୍ଡ

ଆଜି ଧର୍ମଶାଳାରେ ଅନୁଷ୍ଠିତ ମ୍ୟାଚରେ ୫ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି ଭାରତ । ଭାରତର ବିଜୟ ଧାରା ଅବ୍ୟାହତ ରହିଛି । ଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ ।

ଧର୍ମଶାଳା : ଆଜି ଧର୍ମଶାଳାରେ ଅନୁଷ୍ଠିତ ମ୍ୟାଚରେ ୫ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି ଭାରତ । ଭାରତର ବିଜୟ ଧାରା ଅବ୍ୟାହତ ରହିଛି । ଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ । ୨୦୦୩ ପରେ ବିଶ୍ବକପରେ ଭାରତ ଠାରୁ ନ୍ୟୁଜିଲାଣ୍ଡର ଏହା ହେଉଛି ପ୍ରଥମ ପରାଜୟ ।

ବିଜୟ ପାଇଁ ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ( ୪୬ ରନ) ଓ ଶୁଭମନ ଗିଲ (୨୬ରନ) ଭଲ ଆରମ୍ଭ କରିଥିଲେ । କିନ୍ତୁ ଓ୍ବିକେଟ ହରାଇବା ପରେ ଟିମ ଇଣ୍ଡିଆ ଚାପର ବଶବର୍ତ୍ତୀ ହୋଇଥିଲେ ମଧ୍ୟ ବିରାଟ କୋହଲି ପୁଣି ଥରେ ଟିମ ଇଣ୍ଡିଆ ପାଇଁ ସଂକଟ ମୋଚକ ସାଜିଥିଲେ ।

ସେ ୯୫ ରନ କରି ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କୋହଲିଙ୍କ ଶତକ ପାଇଁ ମାତ୍ର ୫ ରନର ଆବଶ୍ୟକତା ଥିବା ବେଳେ ଏକ ସିକ୍ସ ମାରିବାକୁ ଯାଇ କ୍ୟାଚ ହୋଇଯାଇଥିଲେ । ଶ୍ରେୟସ ଆୟର ୩୩ ରନ କରିଥିବାବେଳେ କେଏଲ ରାହୁଲ ୨୭ରନ କରିଥିଲେ । ରବୀନ୍ଦ୍ର ଜାଦେଜା (୩୫ ରନ) ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।

ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଅଲଆଉଟ ହୋଇ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଫଳରେ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜଲାଣ୍ଡ ।

ଭାରତୀୟ ବୋଲର ମହମ୍ମଦ ସାମି ଆଜିର ମ୍ୟାଚରେ ଖେଳିଥିବାବେଳେ ସେ ସର୍ବାଧିକ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିଭଳି କୁଲଦୀପ ଯାଦବ ୨ ୱିକେଟ, ଜଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.