Below header

ନୂଆପଡ଼ା: ପିକଅପ୍ ଭ୍ଯାନ ଗାଡି ଓଲଟି ଦୁଇ ମୃତ, ୧୫ରୁ ଅଧିକ ଯାତ୍ରୀ ଗୁରୁତର

ନୂଆପଡ଼ା(କେନ୍ୟୁଜ୍):  ନୂଆପଡ଼ା ଜିଲ୍ଲା କୋମନା ଥାନ ଅନ୍ତର୍ଗତ କ୍ରିଷ୍ଣା ଛକଠାରେ ପିକଅପ୍ ଭ୍ଯାନ ଗାଡି ଓଲଟି  ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ କୋମନା ଥାନା ଅନ୍ତର୍ଗତ ବିଲେଇଅଞ୍ଜର ଗାଁରୁ ପିକ୍‌ ଅପ୍ ଗାଡ଼ି ଯୋଗେ ତରବୋଡ ଗାଁକୁ ବରକନ୍ଯା ଛାଡ଼ିବାକୁ ଯାଉଥିବା ବେଳେ କ୍ରୀଷ୍ଣା ଛକ ଠାରେ ଦୁର୍ଘଟଣା ଘଟିଛି।

ଏହି ପିିକ୍‌ ଅପ୍ ଭ୍ଯାନ ଗାଡିରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଆହତମାନଙ୍କୁ କୋମନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛିା । କୋମନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.