ଝିଅ ଦେଖିବ ବାପା ବାହାଘର ! ଦିୟା ମିର୍ଜାଙ୍କ ବିବାହ ଉତ୍ସବରେ ସାମିଲ ହେବ ତାଙ୍କ ଭାବୀ ସ୍ୱାମୀ ବୈଭବ ରେଖୀଙ୍କ ଝିଅ

ଦିୟା ମିର୍ଜା ଆଜି ୧୫ ଫେବୃଆରୀରେ ବିଜ୍‌ନେସ ମ୍ୟାନ ବୈଭବ ରେଖୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ କି, ଦିୟାଙ୍କ ଭଳି ବୈଭବ ମଧ୍ୟ ପୂର୍ବରୁ ବିବାହିତ। କିଛିବର୍ଷ ପୂର୍ବେ ତାଙ୍କର ବିବାହ ବିଚ୍ଛେଦ ଘଟିଛି। ୩୯ ବର୍ଷୀୟା ଦିୟା ନିଜ ବିବାହର ୫ ବର୍ଷ ପରେ ଅର୍ଥାତ୍‌ ୨୦୧୯ରେ ସ୍ୱାମୀ ସାହିଲଙ୍କଠାରୁ ଅଲଗା ହୋଇଯାଇଥିଲେ।

ଖବର ରହିଛି, ଦିୟାଙ୍କ ବିବାହ ତାଙ୍କ ବାନ୍ଦ୍ରାସ୍ଥିତ ଘର ‘ବେଲଏୟର’ ପରିସରସ୍ଥ ଏକ ଛୋଟ ଗାର୍ଡେନରେ ହେବ। ବିବାହର ପ୍ରସ୍ତୁତି ହୋଇଯାଇଛି। ସକାଳୁ ହିଁ ଏଠାରେ ଉତ୍ସାହ ଦେଖିବାକୁ ମିଳୁଛି। ବିବାହ ରାତି ୭ଟା ପରେ ହେବ। ଉତ୍ସବରେ ବୈଭବ ରେଖୀଙ୍କ ଛୋଟ ଝିଅ ମଧ୍ୟ ସାମିଲ ହେବ।

କହି ରଖୁଛୁ, ବୈଭବଙ୍କ ପ୍ରଥମ ବିବାହ ଯୋଗ ଇନ୍‌ଷ୍ଟ୍ରକ୍ଟର ସୁନୟନା ରେଖୀଙ୍କ ସହିତ ହୋଇଥିଲା। ସେମାନଙ୍କର ଏକ ଝିଅ ରହିଛି। ତେବେ ଦିୟା କରୋନା ଲକ୍‌ଡାଉନ ସମୟରେ ବୈଭବଙ୍କ ସହିତ ନିଜ ବାନ୍ଦ୍ରାସ୍ଥିତ ଘରେ ଲିଭ୍‌ ଇନ୍‌ ରିଲେଶନଶିପରେ ହିଁ ରହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.