ସତର୍କ ରୁହନ୍ତୁ : ଅଫିସ ରେ ଯଦି ଏକକାଳୀନ ୮ ଘଣ୍ଟା ବସି କରି କରୁଥାନ୍ତି କାମ, ଚାଲି ଯାଇପାରେ ସ୍ମରଣଶକ୍ତି

ଅନେକ ସମୟରେ ଦେଖାଯାଏ ଲୋକେ ଅଫିସରେ ଘଣ୍ଟା ଘଣ୍ଟା ଧରି ବସି କାମ କରିଥାନ୍ତି । ତେବେ ଏକ କାଳୀନ ଘଣ୍ଟା ଘଣ୍ଟା ଧରି ବସି କାମ କରୁଥିଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣ ଏକକାଳୀନ ୮ ଘଣ୍ଟା ଧରି ଆପଣଙ୍କ ଚେୟାରରେ ବସି ରହୁଛନ୍ତି ତେବେ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ ।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏକକାଳୀନ ଗୋଟିଏ ସ୍ଥାନରେ ୮ ଘଣ୍ଟା ଧରି ବସି କାମ କଲେ ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ଅଫିସରେ କାମ କରୁଥିବା କିଛି ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ଯେଉଁମାନେ ଦୀର୍ଘ ସମୟ ଧରି ଚେୟାରରେ ବସି ରହିଥିଲେ ସେମାନଙ୍କର ମସ୍ତିସ୍କକୁ ରକ୍ତ ସଂଚାଳନ ଠିକ୍‌ ଭାବେ ହେଉ ନଥିଲା । ଯାହାର ପରିମାଣ ବହୁତ ଘାତକ ହୋଇପାରେ ବୋଲି ଗବେଷକମାନେ କହିଥିଲେ ।

lady in work
photo credit: amarujala.com

ମସ୍ତିସ୍କକୁ ସୁସ୍ଥ ରଖିବାକୁ ହେଲେ ଅତି କମ୍‌ରେ କାମ କରୁଥିବା ଚେୟାର୍‌ରୁ ପ୍ରତି ଅଧ ଘଣ୍ଟାରେ ୨ ମିନିଟ୍‌ ପାଇଁ ଉଠି ଟିକିଏ ବୁଲି ଆସନ୍ତୁ । ଯାହା ଫଳରେ ଆପଣଙ୍କ ମସ୍ତିସ୍କର ରକ୍ତ ସଂଚାଳନ ଠିକ୍‌ ରହିବ । ମସ୍ତିସ୍କର କୋଷଗୁଡିକୁ ଠିକ୍‌ ଭାବେ ଅକ୍ସିଜେନ୍‌ ମିଳିବ । ମାତ୍ର ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ସ୍ଥାନରେ ବସି ରହନ୍ତି ତେବେ ମସ୍ତିସ୍କ ସହ ଜଡିତ କେତେ ପ୍ରକାର ରୋଗ ଯେପରି କି ଡେମୋଂସିଆ ଓ ମେମୋରି ଲସ୍‌ ଦେଖାଦେବ ।

boy in workplace
photo credit: amarujala.com

ଦୀର୍ଘ ସମୟ ଏକ ସ୍ଥାନରେ ବସିବା ଦ୍ୱାରା ସବୁଠୁ ବଡ଼ ପ୍ରଭାବ ପକାଇ ଥାଏ ଗୋଡ ଉପରେ । ଏହାଦ୍ୱାରା ଅପାଙ୍ଗତା ମଧ୍ୟ ହୋଇପାରେ । ଏହି ଗବେଷଣା ଇଂଲଣ୍ଡ ଲିଭରପୁଲ୍‌ ଜନ୍‌ ମୋରସ୍‌ ୟୁନିଭରସିଟିର ଗବେଷକଙ୍କ ଦ୍ୱାରା ହୋଇଥିବା ବେଳେ ଜର୍ଣ୍ଣାଲ ଅଫ୍‌ ଆପ୍ଲାଏଡ୍‌ ସାଇକୋଲୋଜିରେ ପ୍ରକାଶ ପାଇଛି ।

ଗବେଷକମାନେ ୧୫ ଜଣ ଅଫିସ କର୍ମଚାରୀ ଯେଉଁମାନେ ୪ ଘଣ୍ଟା କାଳ ଏକ ସ୍ଥାନରେ ବସି କାମ କରୁଥିଲେ ସେମାନଙ୍କ ଉପରେ ଅଧ୍ୟୟନ କରିଥିଲେ । ତେଣୁ ଅଫିସରେ କାମ କଲା ବେଳେ ମଝିରେ ମଝିରେ ୨ ମିନିଟ୍‌ ପାଇଁ ସିଟ୍‌ରୁ ଉଠି ଟିକିଏ ବୁଲି ଆସିବାକୁ ଗବେଷକମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.