ଯାଜପୁର: ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୨ ମୃତ ୪ ଗୁରୁତର, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ କଲେ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ 

ଟ୍ରକକୁ  ପଛପଟୁ  ଧକ୍କା ଦେଲା  ଆମ୍ବୁଲାନ୍ସ, ଗତକାଲି ବିଳମ୍ବିତ ରାତିରେ ୧୬ ଜାତୀୟ ରାଜପଥର ବନ୍ଦଳା ଛକଠାରେ ଛିଡା ହୋଇଥିବା  ଏକ ଟ୍ରକକୁ ପଛପଟୁ ପିଟିଥିଲା ୧୦୮ ଆମ୍ବୁଲାନ୍ସ ।  ଯାହାଫଳରେ ଘଟଣା ସ୍ଥଳରେ ଜଣେ ମହିଳା ରୋଗୀ ଓ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଯାଜପୁର ମଙ୍ଗଳପୁର ଅଞ୍ଚଳରୁ ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀଙ୍କ ସହ ତାଙ୍କ ୪ ଜଣ ସମ୍ପର୍କୀୟ କଟକ ବଡମେଡିକାଲ ଆସୁଥିଲେ। ବନ୍ଦଳା ଛକଠାରେ ପୁର୍ବରୁ ଛିଡା ହୋଇଥିବା ଏକ ଟ୍ରକର ପଛପଟକୁ ଆମ୍ବୁଲାନ୍ସଟି ଧକ୍କା ଦେଇଥିଲା।  ମୃତ ମହିଳାଙ୍କ  ପରିଚୟ ମିଳିପାରିନଥିବା  ବେଳେ ମୃତ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ହେଉଛନ୍ତି ପ୍ରତିପୁର ରଞ୍ଜିତ ମଲ୍ଲିକ ଓ ଗୁରୁତର ଡ୍ରାଇଭର ହେଲେ ଯାଜପୁର କଳିଆପାଣି ଅଞ୍ଚଳର ଗଗନ କୁମାର ମହନ୍ତ  ବୋଲି ଜଣା ପଡିଛି।  ଦୁର୍ଘଟଣା ପରେ ସମସ୍ତ ମୃତାହାତଙ୍କୁ କଟକ ମେଡିକାଲକୁ ସ୍ଥନାନ୍ତର କରାଯାଇଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ପୋଲିସ।

jajpur 108 accident

ସେପଟେ ଦୁର୍ଘଟଣା ମୃତ୍ୟୁ ବରଣ କରିଥିବା  ଆଟେଣ୍ଡାଣ୍ଟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଯାଜପୁର 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ  ମୁଖ୍ୟ ଚିକିତ୍ସାଳୟ ସାମନାରେ ରାସ୍ତା ରେ ଶବ ରଖି ରାସ୍ତାରୋକ କରିଛନ୍ତି । ଓଭର ଟାଇମ କାର୍ଯ୍ୟଭାର ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଲଦା ଯାଉଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ହେଉଥିବା ଆମ୍ବୁଲାନ୍ସ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.