ରେଭେନ୍ସା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଡିସିପିଙ୍କ କାର୍ଯ୍ୟାନୁଷ୍ଠାନ , ୨ ପୋଲିସ କର୍ମଚାରୀ ନିଲମ୍ବିତ
ଟ୍ରକ ଚାପାରେ କଟକ ରେଭେନ୍ସା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ୨ ପୋଲିସ କର୍ମଚାରୀ ନିଲମ୍ବିତ। ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି। ଉଭୟ କଟକ ଟ୍ରାଫିକରେ କାର୍ଯ୍ୟରତ ଥିଲେ। ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କୁ ନୋଟିସ୍ ଦିଆଯାଇଛି।କଟକ ଡିସିପି ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି। ଟ୍ରାଫିକ ଏସିପିଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଟ୍ରକ୍ ଚାପାରେ ରେଭେନସା ବିଶ୍ୱବିଦ୍ୟାଳୟ ଛାତ୍ରୀ ଅନୁରାଧା ଚୌଧୁରୀଙ୍କ ମୃତ୍ୟୁକୁ ନେଇ ଆଜି କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା। ସଂପୃକ୍ତ ରାସ୍ତାରେ ଭାରିଯାନ ଚଳାଚଳକୁ ନିଷେଧ କରାଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଛି । ଟ୍ରକକୁ ଜବତ କରାଯାଇଥିବାବେଳେ ଡ୍ରାଇଭରକୁ ଖୁବଶୀଘ୍ର ଗିରଫ କରାଯିବ ।