ଫେସ୍ବୁକ୍ ଆଣୁଛି ଡେଟିଂ ଫିଚର, ଏହି ଦେଶରେ ହେଲା ପ୍ରଥମେ ଆରମ୍ଭ
ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ଫେସ୍ବୁକ୍ ଡେଟିଂ ଫିଚର ଆରମ୍ଭ କରିବାକୁ ଯାଉଛି। ଫେସ୍ବୁକ୍ ଆମେରିକାରେ ଏହି ଫିଚର ଆରମ୍ଭ କରିସାରିଲାଣି। ତେବେ ଗତବର୍ଷ ମେ ମାସରେ ଏହି ଫିଚର ସାମ୍ନାକୁ ଆସିଥିଲା। ଫେସ୍ବୁକ୍ର ଡେଟିଂ ଫିଚର ମୁଖ୍ୟ ଆପ୍ରେ ଉପଲବ୍ଧ ରହିଛି। ଏଥିସହ ୟୁଜର ଚାହିଁଲେ ଇନ୍ଷ୍ଟ୍ରାଗ୍ରାମ୍ରୁ ମଧ୍ୟ ଏହାକୁ କନେକ୍ଟ କରିପାରିବେ।
୨୦୧୯ ଶେଷ ବେଳକୁ ଇନ୍ଷ୍ଟ୍ରା ଷ୍ଟୋରୀକୁ ଡେଟିଂ ପ୍ରୋଫାଇଲ୍ରେ ସେୟାର କରିବାକୁ ବିକଳ୍ପ ମିଳିବ। ଫେସ୍ବୁକ୍ର ଡେଟିଂ ସର୍ଭିସ୍ ପୂର୍ବରୁ ଥିବା ଅନ୍ୟ ଆପ୍ ଭଳି କାମ କରିବ ବୋଲି ଜଣାଯାଇଛି।
ଏହାସହ ପଢ଼ନ୍ତୁ: ଆଜି ଭାରତରେ ଲଞ୍ଚ ହେବାକୁ ଯାଉଛି Vivo Z1x, ଏଥିରେ ୱାଟର ଡ୍ରପ୍ ନଚ୍ ସହିତ ରହିଛି ସୁପର AMOLED ଡିସପ୍ଳେ
ଫେସ୍ବୁକ୍ର ଡେଟିଂ ଫିଚର ଜରିଆରେ ଜଣେ ୟୁଜର ନିଜ ଫ୍ରେଣ୍ଡଲିଷ୍ଟ ଓ ଫଲୋୟର୍ସଙ୍କ ମଧ୍ୟରୁ ଜଣଙ୍କୁ ନିଜ ପାଇଁ ମ୍ୟାଚିଂ ବାଛିପାରିବେ। ତେବେ ଭାରତରେ କେବେ ଏହି ଫିଚର ଲଞ୍ଚ ହେବ ସେ ନେଇ ସୂଚନା ମିଳିପାରିନାହିଁ।