Below header

ମୋହନା: ଲକଡାଉନ ରୁ ଫାଇଦା !, ଚାନ୍ଦିପୁଟ ବଜାରରେ ମାତିଛନ୍ତି ଚୋର

ମୋହନା(କେନ୍ୟୁଜ): ଲକଡାଉନର ସୁଯୋଗ ନେଇ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମାତିଛନ୍ତି ଚୋର ମୋହନା ଥାନା ଚାନ୍ଦିପୁଟ ମୁଖ୍ୟ ବଜ଼ାର ରୁ ଚୋରି ଅଭିଯୋଗ ଆସିଛି l ଗତ ରାତିରେ ଗ୍ରାମର ଦୁଇଟି ସ୍ଥାନରୁ ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି I ସୂଚନା ପ୍ରକାରେ ଆଜି ସକାଳେ ଚାନ୍ଦିପୁଟ ବଜାର ସ୍ଥିତ ଏକ ମୋବାଇଲ ଦୋକାନର କବାଟ ଭାଙ୍ଗା ଯାଇଥିବା ଦେଖିବା ପରେ ଦୋକାନ ମାଲିକ ଥାନାରେ  ଏତଲା ଦେଇଥିଲେ I

robbery 2

ଅଭିଯୋଗ ଅନୁସାରେ ଦୋକାନରୁ ଲକ୍ଷାଧିକ  ଟଙ୍କାର ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ରେ ଦର୍ଶାଯାଇଥିଲାI  ପରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ଼୍ୟାଳୟରୁ ତାଲା ଭାଙ୍ଗି ଗୋଟିଏ କମ୍ପ୍ୟୁଟର ସେଟ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ I ପୁର୍ବରୁ ଏହି ଅଞ୍ଚଳରେ ବାରମ୍ବାର ଚୋରୀ ଘଟଣା ଘଟିଚାଲିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିଲା କିନ୍ତୁ ବର୍ତ୍ତମାନ ଲକଡାଉନର ସୁଯୋଗ ନେଇ ପୁଣି ଅଞ୍ଚଳରେ ଚୋର ମାତିଛନ୍ତିI ଅଭିଯୋଗ ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି I  ଅତିଶୀଘ୍ର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.