ଯୁଦ୍ଧକାଳୀନ ଭାବରେ କରୋନା ଚିକିତ୍ସାର ସନ୍ଧାନ : ଆସ୍ଥମା ଔଷଧ ମଧ୍ୟ ହରାଇପାରେ ଭାଇରସ, ଶୀଘ୍ର ହେବ ଟ୍ରାଏଲ

କିଛି ବୈଜ୍ଞାନିକ ପୂର୍ବରୁ ହିଁ ମ୍ୟାଲେରିଆ, କ୍ୟାନ୍ସର, ଟିବି, ଏଚଆଇଭି ଏଡ୍ସ ଭଳି ରୋଗର ଔଷଧରେ କରୋନା ସଂକ୍ରମଣର ଚିକିତ୍ସା କରିବାକୁ ଚେଷ୍ଟାରେ ଲାଗିଛନ୍ତି। କିନ୍ତୁ ଏବେ ଆମେରିକା ୟେଲ ୟୁନିଭର୍ସିଟିରେ ଆସ୍ଥମା ଔଷଧ ‘ଇବୁଡିଲାଷ୍ଟ’ ର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ। ଜାପାନ ଏବଂ କୋରିଆର ଏହି ଔଷଧ ଦ୍ୱାରା ଆସ୍ଥମାର ଚିକିତ୍ସା କରାଯାଉଛି।

ୟୁନିଭର୍ସିଟିର ଡ଼ାକ୍ତରଙ୍କ କହିବାନୁଯାୟୀ ଏହି ଔଷଧ ଦ୍ୱାରା ଫୁସଫୁସରେ ଜ୍ୱଳନ କମ ହୋଇପାରିବ। ଏହା ମେଡ଼ିସିନ ଦ୍ୱାରା ଜାନୁଆରୀରେ ବହୁତ ଭଲ ପରିଣାମ ମିଳିଛି। ଆଶା କରାଯାଉଛି ଯେ ଅତି ଗମ୍ଭୀର ରୋଗୀଙ୍କ ପାଇଁ ଏହି ମେଡ଼ିସିନ ବହୁତ ଲାଭଦାୟକ ହେବ। କିଛି ରୋଗୀ ଭେଣ୍ଟିଲେଟରକୁ ଯିବାରୁ ମୁକ୍ତି ପାଇବେ ତ ଆଉ କିଛି ଶୀଘ୍ର ଭଲ ହୋଇଯିବେ। ଅନୁସନ୍ଧାନକାରୀ ଆମେରିକା ସଂସ୍ଥା ଏଫଡ଼ିଏକୁ ଟ୍ରାଏଲ ପାଇଁ ଅନୁମତି ମାଗିଛି।

karonnaଏହି ଭାଇରସ ଇମ୍ୟୁନିଟି ଉପରେ ପ୍ରଭାବ ପକାଉଛି। କ୍ୟାନ୍ସର ରୋଗରେ ମଧ୍ୟ ଏମିତି ହୋଇଥାଏ। ଏହି କାରଣରୁ କ୍ୟାନ୍ସର ମେଡ଼ିସିନ ଦ୍ୱାରା ମଧ୍ୟ କରୋନା ଭାଇରସର ଚିକିତ୍ସା ପାଇଁ ଚେଷ୍ଟା କରାଯାଉଛି। ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି ଯେ ପ୍ରତିରୋଧକ ଶକ୍ତି ବଢ଼ାଇ କରୋନା ଭାଇରସକୁ ହରାଇ ହେବ।

ନାଜାଲ ସ୍ପ୍ରେ ଦ୍ୱାରା ଆଣ୍ଟି ଭାଇରଲ ଔଷଧ ଉପରେ ରିସର୍ଚ୍ଚ

ସ୍କଟଲାଣ୍ଡର ସେଣ୍ଟ ଆଣ୍ଡ୍ରୟୁଜ ୟୁନିଭର୍ସିଟିର କହିବାନୁଯାୟୀ ଆଣ୍ଟି ଭାଇରଲ ଔଷଧ ନ୍ୟୁମିଫିଲକୁ ନାଜାଲ ସ୍ପ୍ରେ ଜରିଆରେ ନେବା ଦ୍ୱାରା ଭାଇରସକୁ ଫୁସଫୁସ ଏବଂ ଶ୍ୱାସ ନାଲିକା ପର୍ଯ୍ୟନ୍ତ ଯିବାକୁ ରୋକା ଯାଇପାରିବ। ବୈଜ୍ଞାନିକଙ୍କ କହିବା କଥା ଯେ ଏହା ଦ୍ୱାରା ଭାଇରସର ପ୍ରସାର ମନୁଷ୍ୟଙ୍କ ଶରୀରକୁ ଯିବାକୁ ରୋକା ଯାଇପାରିବ। ପବ୍ଲିକ ହେଲ୍ଥ ଇଂଲଣ୍ଡ ଏହି ମେଡ଼ିସିନକୁ ନେଇ ରିସର୍ଚ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.