ଗାଧୋଇବା ବେଳେ ସମୁଦ୍ରରେ ବୁଡିଗଲେ ୨ ଛାତ୍ରୀ ଜଣେ ମୃତ, ଜଣେ ନିଖୋଜ

ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ବୋଳାଭୂମିରେ ଗାଧୋଇବାବେଳେ ଅଘଟଣ ଘଟିଛି । ୫ଜଣ ସାଙ୍ଗ ଗାଧୋଉଥିବାବେଳେ ଭାସିଯାଇଥିଲେ । ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଅନ୍ୟ ଜଣେ ନିଖୋଜ ଅଛନ୍ତି ।

ଖଲ୍ଲିକୋଟ (କେନ୍ୟୁଜ): ସମୁଦ୍ରରେ ବୁଡିଗଲେ ୨ ଛାତ୍ରୀ। ଜଣେ ମୃତ, ଅନ୍ୟ ଜଣେ ନିଖୋଜ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ବୋଳାଭୂମିରେ ଗାଧୋଇବାବେଳେ ଅଘଟଣ ଘଟିଛି । ମୃତକ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ । ନିଖୋଜ ଛାତ୍ରୀ ହେଲେ ଶେରଗଡର ଗୁଡିଲି ମିଶ୍ର । ଯାତ୍ରା ଦେଖିବା ପାଇଁ ମାମୁ ଘରକୁ ଯାଇଥିଲେ ।

ଆଜି ସକାଳେ ୫ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ୫ଜଣ ସାଙ୍ଗ ଗାଧୋଉଥିବାବେଳେ ଭାସିଯାଇଥିଲେ । ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଅନ୍ୟ ଜଣେ ନିଖୋଜ ଅଛନ୍ତି । ଗ୍ରାମବାସୀ ଓ ଓଡ୍ରାଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.