ମର୍ଣ୍ଣିଂ ୱାକ୍ ବେଳେ ଅଘଟଣ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୩ ଯୁବକଙ୍କ ଜୀବନ

ପ୍ରତିଦିନ ପରି ଜାତୀୟ ରାଜପଥ କଡରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଦୁହିଁଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇଥିବା ପୋଲିସ ସୂଚନା ଦେଇଥିବା ବେଳେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି

ଅନୁଗୁଳ/ଵଲାଙ୍ଗିର(କେନ୍ୟୁଜ୍): ଅଜଣା ଗାଡି ଧକାରେ ଦୁଇ ମୃତ I ମର୍ଣ୍ଣିଂ ୱାକ କରୁଥିବା ବେଳେ ମାଡିଗଲା ଗାଡି ।   ପାଳଲହଡା ଥାନା ଅନ୍ତର୍ଗତ ୪୯ ଜାତୀୟ ରାଜପଥ ମୁକ୍ତାପୁର ଗ୍ରାମ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି।  ପ୍ରତିଦିନ ପରି ଜାତୀୟ ରାଜପଥ କଡରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଦୁହିଁଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇଥିବା ପୋଲିସ ସୂଚନା ଦେଇଥିବା ବେଳେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି I  ମୃତ ଦୁଇ ଯୁବକ ହେଲେ ମୁକ୍ତାପୁର ଗ୍ରାମର ମାଧବ ସାମାଡ଼ ଓ ଅନ୍ୟ ଜଣେ ଶୁଶୁବା ଗ୍ରାମର ରାଜେଶ ଶୁଣ୍ଢୀ ବୋଲି ଜଣା ପଡିଛି । ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

ସେହିପରି ଵଲାଙ୍ଗିର ପାଟଣାଗଡ ରାସ୍ତାରେ  ଗେଡାବାଞ୍ଜି ଛକରେ ଘଟିଛି ସଡ଼କ ଦୁର୍ଘଟଣା । ପ୍ରାତଃ ଭ୍ରମଣ ସମୟରେ ମାଡ଼ି ଗଲା ପିକପ୍ ଭ୍ୟାନ । ଗାଡି ଧକ୍କାରେ କଲେଜ ଛାତ୍ରର ମୃତ୍ୟୁ ଘଟିଛି ।  ମୃତକ ହେଲେ ପୁରୁଷୋତ୍ତମ ଭୁଏ । ମୃତକ ପରିବାରକୁ ସହାୟତା ଦାବି ରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.