ଆନ୍ଧ୍ର ପ୍ରଦେଶ ୱରଙ୍ଗଲ ଠାରେ ଥିବା ପଥର କ୍ବାରୀରେ ବ୍ଲାଷ୍ଟିଂ, ୨ ଓଡିଆ ଯୁବକ ମୃତ

ବ୍ରହ୍ମପୁର(କେନ୍ଯୁଜ୍): ପଥର କ୍ବାରୀରେ ବ୍ଲାଷ୍ଟିଂ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶ ୱରଙ୍ଗଲ ଠାରେ ଥିବା ପଥର କ୍ବାରୀରେ। ମୃତକ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧଖଣ୍ଡି ଗ୍ରାମର ପବିତ୍ର ବିଷୋୟୀ ଓ ମୁନା ସ୍ୱାଇଁ।

ଗତକାଲି ରାତିରେ ଏପରି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି। ଏହା ପରେ ସେଠାରେ ତାଙ୍କର ଅନ୍ୟ ସାଙ୍ଗ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଏହି ଖବର ପାଇବା ପରେ ଗାଁ ରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.