ମାଓବାଦୀଙ୍କୁ ଧରାଇଦେଲା ୨୦୦୦ ଟଙ୍କିଆ ନୋଟ, ବିଡ଼ା ବିଡ଼ା ୨ ହଜାର ଟଙ୍କିଆ ନୋଟକୁ କେମିତି ବଦଳାଇବେ ମୁଣ୍ଡ କାମକରୁନି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ବିଜାପୁର ଜିଲ୍ଲା ମାଓ କ୍ୟାମ୍ପ ରେ ଦୁଇ ହଜାର ଟଙ୍କା ନୋଟ ବିଡା ବିଡା। ମାଓ ନେତା ମଲେସ ଠାରୁ ଦୁଇ ମାଓ ସହଯୋଗୀ 8 ଲକ୍ଷ୍ୟ ଟଙ୍କା ର ଦୁଇ ହଜାର ଟଙ୍କା ନୋଟ ବ୍ୟାଙ୍କ ରେ ଜମା କରିବାକୁ ଆଣିଥିବା ବେଳେ ଗିରଫ।
ମାଲକାନଗିରି(କେନ୍ୟୁଜ୍): ମାଲକାନଗିରୀ ମାଓ ସଂଗଠନକୁ ଦୁଇ ହଜାର ଟଙ୍କା ନୋଟ ଭୟ। ଗଛିତ ନୋଟକୁ ବ୍ୟାଙ୍କରେ ଅଦଳ ବଦଳ ପାଇଁ ଛାନିଆ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ମାଓ କ୍ୟାମ୍ପରେ ଦୁଇ ହଜାର ଟଙ୍କା ନୋଟ ବିଡା ବିଡା ରହିଛି। ମାଓ ନେତା ମଲେସ ଠାରୁ ଦୁଇ ମାଓ ସହଯୋଗୀ ୮ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କା ନୋଟ ବ୍ୟାଙ୍କରେ ଜମା କରିବାକୁ ଆଣିଥିବା ବେଳେ ଗିରଫ ହୋଇଛନ୍ତି।
ଗିରଫ ବେଳେ ନଗଦ ୬ ଲକ୍ଷ ଟଙ୍କା ଏବଂ ୧୧ ଟି ବ୍ୟାଙ୍କର ପାସ୍ ବୁକ୍ ଜବତ କରିଛି ପୋଲିସ।DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ସୂଚନା ଦେଇଛନ୍ତି ବିଜାପୁର SP ଅଞ୍ଜନେୟ ବାର୍ଣେୟ ।