ଘରେ ବନାନ୍ତୁ ଲେମନଗ୍ରାସ୍‌ ସାବୁନ୍‌, ପାଇବେ ଏକଦମ୍‌ କ୍ଲିୟର ଓ ଗ୍ଲୋଇଂ ତ୍ୱଚା

ଲେମନଗ୍ରାସ ଏକ ବହୁତ ପୌଷ୍ଟିକ ଫୁଡ ଆଇଟମ୍‌ । ଯାହା ଆପଣଙ୍କୁ ଅନେକ ହେଲ୍ଥ ଏବଂ ସ୍କିନ ସମସ୍ୟାରୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ସ୍କିନରେ ଲେମନଗ୍ରାସ ଲଗାଇବେ ତାହେଲେ ଏହାଦ୍ୱାରା ଆପଣଙ୍କର ବ୍ରଣ ଏବଂ ହାଇପରପିଗମେଣ୍ଟେସନ ଭଳି ସମସ୍ୟା ଦୂର ହୋଇଥାଏ ।

ଲେମନଗ୍ରାସ ଏକ ବହୁତ ପୌଷ୍ଟିକ ଫୁଡ ଆଇଟମ୍‌ । ଯାହା ଆପଣଙ୍କୁ ଅନେକ ହେଲ୍ଥ ଏବଂ ସ୍କିନ ସମସ୍ୟାରୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ସ୍କିନରେ ଲେମନଗ୍ରାସ ଲଗାଇବେ ତାହେଲେ ଏହାଦ୍ୱାରା ଆପଣଙ୍କର ବ୍ରଣ ଏବଂ ହାଇପରପିଗମେଣ୍ଟେସନ ଭଳି ସମସ୍ୟା ଦୂର ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବତାଇବୁ ଘରେ କିପରି ଆପଣ ଏହି ସାବୁନକୁ ତିଆରି କରିବେ । ଏହି ସାବୁନକୁ ଲଗାଇଲେ ଆପଣଙ୍କ ସ୍କିନ ଡିପ୍‌ ନରିସ ରହିଥାଏ । ଏହାସହିତ ଏହାଦ୍ୱାରା ଆପଣଙ୍କ ସ୍କିନରେ ହେଉଥିବା ଦାଗ ଚିହ୍ନ ଆଦି ମଧ୍ୟ ଚାଲିଯାଏ । ତାହେଲେ ଆସନ୍ତୁ ଜାଣିବା ଏହାକୁ ଘରେ କେମିତି ସହଜରେ କରିବେ ପ୍ରସ୍ତୁତ ।

ଲେମନଗ୍ରାସ୍‌ ସାବୁନ ପାଇଁ କଣ ସାମଗ୍ରୀ ଦରକାର ଜାଣନ୍ତୁ
  • ଲେମନଗ୍ରାସ ପ୍ରାୟ ଅଧା କପ୍‌ ସୁଖିଲା କିମ୍ବା କଟା ହୋଇଥିବା
  • ଏକ ମିକ୍ସିଙ୍ଗ୍‌ ସ୍ପୁନ୍‌
  • ପ୍ରାୟ ୧୦୦ ଗ୍ରାମ ଗ୍ଲିସରିନ୍‌ ଯୁକ୍ତ ଓ୍ଵାକ୍ସ
  • ୧ ସାବୁନ ବନାଇବା ପାଇଁ ମୋଲଡିଙ୍ଗ
  • ପ୍ରାୟ ୧ ଚାମଚ ରବିଙ୍ଗ ଆଲକୋହଲ
  • ୫ରୁ୭ ବୁନ୍ଦା ଲେମନଗ୍ରାସ ଆସେନସିଆଲ ଅଏଲ
କିପରି ଏହାକୁ ବନାଇବେ ଜାଣନ୍ତୁ

ଲେମନଗ୍ରାସ୍‌ ସାବୁନ ବନାଇବା ପାଇଁ ଆପଣ ସର୍ବପ୍ରଥମେ ଗ୍ଲିସେରିନଯୁକ୍ତ ଓ୍ଵାକ୍ସ ନିଅନ୍ତୁ । ଏହାପରେ ଆପଣ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଅଲଗା ରଖିଦିଅନ୍ତୁ । ଏହାପରେ ଆପଣ ଏକ ପ୍ୟାନରେ ପାଣି ଭରନ୍ତୁୁ ଏବଂ ଏହା ଭିତରେ ଆଉ ପାତ୍ରକୁ ରଖନ୍ତୁ । ଏହାପରେ ଏହି ପାତ୍ରରେ ଓ୍ଵାକ୍ସ ପକାଇ ଭଲଭାବେ ମିଳାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ କାଟି ରଖିଥିବା ଲେମନଗ୍ରାସ ଖଣ୍ଡକୁ ପକାଇଦିଅନ୍ତୁ । ଏବେ ଏହି ଦୁଇଟି ଜିନିଷକୁ ମିଶାଇ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହାପରେ ଏଥିରେ ରବିଙ୍ଗ ଆଲକୋହଲ ଏବଂ ଲେମନଗ୍ରାସ ଆସେନସିଆଲ ଅଏଲ ପକାନ୍ତୁ । ଏହାପରେ ଆପଣ ଏହାକୁ ଭଲଭାବେ ମିଶାଇ ତୁରନ୍ତ ସାବୁନ ମୋଲଡରେ ଢ଼ାଲନ୍ତୁ । ଏହାପରେ ଆପଣ ସାବୁନକୁ ସେଟ ହେବାକୁ ଛାଡିଦିଅନ୍ତୁ । ଏବେ ଆପଣଙ୍କର ହୋମମେଡ ଲେମନଗ୍ରାସ ସପ୍‌ ପ୍ରସ୍ତୁତ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.