ୟୁପି: ଗୋରଖପୁରରେ କୀଟନାଶକ ଖାଇ ଏକାବେଳେ ୧୭୫ ମେଣ୍ଢାଙ୍କ ମୃତ୍ୟୁ, ଚିନ୍ତାରେ ପଶୁପାଳକ

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଭକ୍ସା ଗ୍ରାମରେ କୀଟନାଶକ ଦିଆଯିବା ପରେ ୧୭୫ ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଏହି ମେଣ୍ଢମାନେ ଗାଁର ନରେଶ ପାଲଙ୍କର ଥିଲେ।

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଭକ୍ସା ଗ୍ରାମରେ କୀଟନାଶକ ଦିଆଯିବା ପରେ ୧୭୫ ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଏହି ମେଣ୍ଢମାନେ ଗାଁର ନରେଶ ପାଲଙ୍କର ଥିଲେ। ସେ କହିଛନ୍ତି ଯେ ପ୍ରତିବର୍ଷ ସେ ସନ୍ଥ କବୀର ନଗରର ଏକ ପ୍ରାଣୀ ଚିକିତ୍ସାଳୟରୁ ମେଣ୍ଢାମାନଙ୍କୁ କୀଟନାଶକ ଖାଇବାକୁ ଦିଅନ୍ତି।

ଏଥର କିନ୍ତୁ ସେଠାକାର ଡାକ୍ତର ତାଙ୍କୁ ଅଲଗା ଏକ ଔଷଧ ଦେଇଥିଲେ। ସେ ଘରକୁ ଫେରି ପ୍ରାୟ ୨୦୦ ମେଣ୍ଢାଙ୍କୁ ସେହି ଔଷଧ ଖୁଆଇଥିଲେ ଏବଂ ଦୁଇରୁ ତିନି ଘଣ୍ଟା ପରେ ଗୋଟିଏ ପରେ ଗୋଟିଏ ମେଣ୍ଢା ମରିବାକୁ ଲାଗିଥିଲେ।

ସୂଚନା ଅନୁସାରେ, ନରେଶ ୨୫୦ ମେଣ୍ଢାଙ୍କୁ ପାଳିଥିଲେ। ତାଙ୍କ କହିବା ହେଲା, ଜଣେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କୀଟନାଶକ ଆଣି ଗୋଟିଏ ପରେ ଗୋଟିଏ ମେଣ୍ଢାଙ୍କୁ ଖାଇବାକୁ ଦେଇଥିଲେ। କିଛି ସମୟ ପରେ ମେଣ୍ଢାମାନେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ସନ୍ଧ୍ୟା ୬ରୁ ମରିବା ଆରମ୍ଭ କରିଥିଲେ।

ନରେଶ କହିଛନ୍ତି ଯେ ମୁଁ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛି ଏବଂ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଡାକ୍ତରଙ୍କ ମୁତାବକ, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।