ସିଭିଲ ସର୍ଭିସ ର‍୍ୟାଙ୍କ୍‌ ଦାବି କରୁଥିବା ୨ ନକଲି ପ୍ରାର୍ଥୀଙ୍କ ବିରୋଧରେ ୟୁପିଏସସି ନେଲା ଅପରାଧିକ କାର୍ଯ୍ୟାନୁଷ୍ଠାନ

ସିଭିଲ ସର୍ଭିସରେ ର‍୍ୟାଙ୍କ ପାଇବା ଦାବି କରୁଥିବା ଦୁଇ ନକଲି ପ୍ରାର୍ଥୀଙ୍କ ବିରୋଧରେ ୟୁପିଏସସି ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅପରାଧିକ ମାମଲା ରୁଜୁ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।

ନୂଆଦିଲ୍ଲୀ : ସିଭିଲ ସର୍ଭିସରେ ର‍୍ୟାଙ୍କ ପାଇବା ଦାବି କରୁଥିବା ଦୁଇ ନକଲି ପ୍ରାର୍ଥୀଙ୍କ ବିରୋଧରେ ୟୁପିଏସସି ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅପରାଧିକ ମାମଲା ରୁଜୁ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।

ଏହି ଦୁଇଟି ମାମଲା ଆୟସା ମାକ୍ରାନି (ମଧ୍ୟପ୍ରଦେଶ) ଓ ତୁଷାର(ବିହାର)ଙ୍କୁ ନେଇ । ଯିଏକି ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ର‍୍ୟାଙ୍କ ପାଇଥିବା ନେଇ ଦୁଇ ଅସଲି ପ୍ରାର୍ଥୀଙ୍କ ରୋଲ ବିରୋଧରେ ଦାବି କରୁଥିଲେ । ତେବେ ଏହି ଦୁଇଜଣ ପ୍ରାର୍ଥୀ ନକଲି ବୋଲି ଜଣାପଡିଛନ୍ତି । ସେମାନେ ନିଜ ସପକ୍ଷରେ ନକଲି ଡକ୍ୟୁମେଣ୍ଟ ତିଆରି କରିଥିଲେ । ୟୁପିଏସସିର ପରୀକ୍ଷା ପରିଚାଳନା ସିଷ୍ଟମ ବହୁତ ଦୃଢ଼ ଓ ଭୂଲ ବିହୀନ ବୋଲି ୟୁପିଏସସି ପ୍ରକାଶ କରିଛି । ତେବେ ଉଭୟ ନକଲି ପ୍ରାର୍ଥୀଙ୍କ ସମ୍ପର୍କରେ ନିମ୍ନରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛି ୟୁପିଏସସି ।

(୧) ଆୟଶା ମାକ୍ରନି, ପିତା- ସଲ୍ଲିମୁଦ୍ଦିନ ମକ୍ରନି ଯିଏ କି ସିଭିଲ ସର୍ଭିସ ପାଇଥିବା ଦାବି କରୁଥିଲେ । ସେ ନକଲି ପ୍ରାର୍ଥୀ । ତାଙ୍କର ରୋଲ ନମ୍ବର ୭୮୦୫୦୬୪, ସେ ୫ ଜୁନ ୨୦୨୨ରେ ପ୍ରିଲିମ ପରୀକ୍ଷା ଦେଇଥିଲେ । ସେ ମାତ୍ର ୨୨.୨୨ ମାର୍କ ଜେନେରାଲ ଷ୍ଟଡି ପେପର –୧ ରେ ସ୍କୋର କରିଥିଲା ବେଳେ ଜେନେରାଲ ଷ୍ଟଡି ପେପର-୨ ରେ ୨୧.୦୯ ମାର୍କ ସ୍କୋର କରିଥିଲେ । ପରୀକ୍ଷା ନିୟମ ଅନୁଯାୟୀ ତାଙ୍କୁ ୬୬ ମାର୍କ ସ୍କୋର କରିବାର ଥିଲା ।

ସେ କେବଳ ଫେଲ ହୋଇ ନଥିଲେ କଟ ଅଫ୍‌ ମାର୍କ ମଧ୍ୟ ରଖିପାରି ନଥିଲେ । ଯେଉଁଠି କି ଅନରିଜରଭ କାଟେଗୋରୀ ପାଇ
ପ୍ରିଲିମିନାରୀ ପରୀକ୍ଷାରେ ୮୮.୨୨ ମାର୍କ ରଖିବାର ଥିଲା । ତେଣୁ ଆୟେଶା ମାକ୍ରନି ପ୍ରିଲିମିନାରୀରେ ଫେଲ ହୋଇ ଆଗକୁ ଯାଇ ପାରିନଥିଲେ । ଅନ୍ୟ ପକ୍ଷରେ ଆୟେଶା ଫାତିମା, ପିତା- ନାଜିରୁଦ୍ଦିନ,ରୋଲ-୭୮୧୧୭୪୪, ଯିଏ କି ଠିକ ପ୍ରାର୍ଥୀ । ସେ ସିଭିଲ ସର୍ଭିସ ପରୀକ୍ଷାରେ ୧୮୪ ର‍୍ୟାଙ୍କ ପାଇଥିବା ଜଣାଯାଇଛି ।

(୨) ସେହିପରି ଅନ୍ୟ ଜଣେ ପ୍ରାର୍ଥୀ ହେଲେ ତୁଷାର, ପିତା- ବ୍ରଜମୋହନ(ରିଓ୍ଵାରୀ) । ତାଙ୍କର ରୋଲ ନମ୍ବର ୨୨୦୮୮୬୦, ସେ ସଭିଲ ସର୍ଭିସ ପ୍ରିଲିମ ପରୀକ୍ଷାରେ ମାଇନସ ୨୨.୮୯ (-୨୨.୮୯) ମାର୍କ ରଖି ପ୍ରଲିମରେ ଫେଲ ହୋଇଛନ୍ତି । ହେଲେ ତୁଷାର କୁମାର, ପିତା- ଅଶ୍ୱିନୀ କୁମାର ସିଂହ, ରୋଲ ୧୫୨୧୩୦୬, ବିହାର ହେଲେ ପ୍ରକୃତ ପ୍ରାର୍ଥୀ । ଯିଏ କି ସିଭିଲ ସର୍ଭିସ ପରୀକ୍ଷାରେ ୪୪ ର‍୍ୟାଙ୍କ ରଖି ପାସ କରିଛନ୍ତି ।

ହେଲେ ଅନ୍ୟ ପ୍ରାର୍ଥୀ ଦ୍ୱୟ ପରୀକ୍ଷା ନିୟମ ଭାଙ୍ଗି ବିବାଦ ସୃଷ୍ଟ ିକରିଥିବାରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ରିମିନାଲ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିବା ୟୁପିଏସସି ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.