ମହାନଦୀ ଟାପୁରୁ ଉଦ୍ଧାର ହେଲେ ୨୪ଟି ଗାଈ

ସମ୍ବଲପୁର(କେ ନ୍ୟୁଜ):  ମହାନଦୀ ଟାପୁରୁ ଉଦ୍ଧାର ହେଲେ ଗାଈ । ୨୪ଟି ଗାଈଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ସମ୍ବଲପୁର ଉପକଣ୍ଠ ଅର୍ଡା ଗାଁ ଦଧିବାମନ ମନ୍ଦିର ନିକଟରେ ମହାନଦୀ ଭିତରେ ଥିବା ଏକ ଟାପୁକୁ ଚରିବାକୁ ଯାଇଥିଲେ । ଅଚାନକ ବନ୍ୟାଜଳ ଆସିବାରୁ ଫସିଯାଇଥିଲେ ୨୪ ଗୋରୁ । ଗ୍ରାମବାସୀ ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ୭ ଜଣିଆ ଟିମ୍‌ ପହଂଚି ଉଦ୍ଧାର କରିଥିଲେ ।