ଶ୍ରେଷ୍ଠ ବିଧାୟକଙ୍କୁ ସମ୍ମାନ : ୨୦୦୯ରୁ ୨୦୧୬ ଯାଏଁ ଏକକାଳୀନ ସମ୍ମାନିତ ହେଲେ ୨୪ ଜଣ

ଭୁବନେଶ୍ବର : ବିଧାନସଭାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଧାୟକ ସମ୍ମାନୀତ। ୨୦୦୯ରୁ ୨୦୧୬ ପର୍ୟ୍ୟନ୍ତ ଆଠ ଜଣଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି।  ୨୦୦୯ ପାଇଁ ବିଷ୍ଣୁଚରଣ ଦାସ, ୨୦୧୦ ପାଇଁ ଅରୁଣ କୁମାର ସାହୁ, ୨୦୧୧ ପାଇଁ ପ୍ରଭାତ କୁମାର ବିଶ୍ୱାଳ, ୨୦୧୨ ପାଇଁ ପ୍ରଫୁଲ ମାଝୀ, ୨୦୧୩ ପାଇଁ ଅମର ପ୍ରସାଦ ଶତପଥୀ, ୨୦୧୪ ପାଇଁ ପ୍ରମିଳା ମଲ୍ଲିକ, ୨୦୧୫ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ୨୦୧୬ ପାଇଁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଛି। ଏକ ଲକ୍ଷ ଟଙ୍କ ସହ ଦିଆଯାଇଛି ମାନପାତ୍ର । ପୂର୍ବତନ ଶ୍ରେଷ୍ଠ ବିଧାୟକଙ୍କୁ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ସମ୍ମାନିତ କରାଯାଇ ଥିଲା ।

୨୦୦୯ ପାଇଁ ସୁରେନ୍ଦ୍ର ନାଥ ନାୟକ, ୨୦୧୦ ପାଇଁ ବିମ୍ବାଧର କୁଅଁର, ୨୦୧୧ ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ, ୨୦୧୩ ପାଇଁ ବିକ୍ରମ କେଶରୀ ବର୍ମା, ୨୦୧୪ ପାଇଁ ରାଜେନ୍ଦ୍ର ଢୋଲକିଆ, ୨୦୧୫ ପାଇଁ ସୁରେନ୍ଦ୍ର ନାଥ ପରମାଣିକ ଓ ୨୦୧୬ ପାଇଁ ଚକ୍ରଧର ପାଇକ ପାଇଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ । ନବାଗତ ଶ୍ରେଷ୍ଠ ବିଧାୟକଙ୍କୁ ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନରେ ସମ୍ମନୀତ କରାଯାଇଥିଲା। ୨୦୦୯ ମସିହା ପାଇଁ ସଂଜୟ କୁମାର ଦାସବର୍ମା, ୨୦୧୦ ପାଇଁ ପ୍ରୀତିରଂଜନ ଘଡ଼ାଇ, ୨୦୧୧ ପାଇଁ ସମୀର ରଞ୍ଜନ ଦାସ, ୨୦୧୨ ପାଇଁ ପ୍ରଶାନ୍ତ କୁମାର ମୁଦୁଲି ,୨୦୧୩ ପାଇଁ ବିଜୟ କୁମାର ମହାନ୍ତି, ୨୦୧୪ ପାଇଁ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫ ପାଇଁ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ ପାଇଁ ପ୍ରଦୀପ ପୁରୋହିତଙ୍କୁ ସମ୍ମାନୀତ କରାଯାଇଛି। ମିଳିଥିଲା ୫୦ହଜାର ଟଙ୍କା ସହ ମାନପତ୍ର।

୯ବର୍ଷ ପରେ ଏଭଳି ଉତ୍ସବକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା। ଏପରି ସମ୍ମାନ ପ୍ରତିବର୍ଷ କରାଯିବା ଆବଶ୍ୟକ। ଏହାସହ ଶ୍ରେଷ୍ଠ ବିଧାୟକ ଚୟନର ବିଭିନ୍ନ ମାପଦଣ୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି ନରସିଂହ ମିଶ୍ର।

ଆଚାରଣ,ଉଚାରଣ ଏବଂ ବିଧାନସଭାରେ ବିଧାୟକଙ୍କ ଉପସ୍ଥାନକୁ ନେଇ ଶ୍ରେଷ୍ଠ ବିଧାୟକ ଚୟନ କରାଯାଇଛି। ଆଜିର କାର୍ୟ୍ୟକ୍ରମରେ ବାଚସ୍ପତି,ଉପବାଚସ୍ପତି,ବିରୋଧୀ ଦଳ ନେତା,ସଂସଦୀୟ ବ୍ୟପାର ମନ୍ତ୍ରୀଙ୍କ ସମେତ ବହୁ ବିଧାୟକ ଓ ପୂର୍ବତନ ବିଧାୟକ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.