ସମ୍ବଲପୁର: ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ
ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ । ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜିର ତିନିଟି ଛାତ୍ର ଓ ୨ଟି ଛାତ୍ରୀନିବାସରୁ ଗତ ଦୁଇ ଦିନରେ ୨୫ରୁ ଅଧିକ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି। ୧୬ଜଣ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପରିସରରେ ଥିବା ଅସ୍ଥାୟୀ କୋଭିଡ ସଙ୍ଗରୋଧ ହଲରେ ରଖାଯାଇଛି। ୯ଜଣ ଛାତ୍ରଛାତ୍ରୀ ନିଜ ଘରକୁ ଚାଲିଯାଇଥିବା ସୂଚନା ମିଳିଛି । ସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁର ପ୍ରକଳ୍ପ ନିର୍ଦ୍ଦେଶକ, DRDA, ଉପଜିଲ୍ଲାପାଳ ବୁର୍ଲାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ସ୍ଥିତି ନସୁଧୁରିବା ପର୍ୟ୍ୟନ୍ତ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଆସିବାକୁ ବାରଣ କରିଛନ୍ତି ଭିସୁଟ କର୍ତ୍ତୃପକ୍ଷ । ହଷ୍ଟେଲର ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । ଭିସୁଟର ପୁଲସ୍ତ୍ୟ ହଷ୍ଟେଲକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ଇଞ୍ଜିନିୟରିଂ ପାଠପଢା ଆରମ୍ଭ ହେବାକୁ ଯାଉଥିବା ବେଳେ ବୁର୍ଲା VSSUTରୁ ୨୫ଛାତ୍ରଛାତ୍ରୀ କରୋନା ପଜିଟିଭ ହେବା ଚିନ୍ତା ବଢାଇଛି ।