ସୁନା ପ୍ଲେଟ୍ ବିକ୍ରି କରି ନେଉଥିବାବେଳେ ଧରିଲା ପୋଲିସ୍: ୫ଶହ ଟଙ୍କିଆ ୫୨ଟି ପ୍ୟାକେଟ ଜବତ, ଜଣେ ଗିରଫ

କଟକ(କେନ୍ୟୁଜ୍‌): ୨୬ ଲକ୍ଷ ଟଙ୍କା ଜବତ । ଜଣେ ବ୍ୟକ୍ତିଙ୍କୁ ଠାରୁ ନଗଦ ୨୬ ଲକ୍ଷ ଟଙ୍କା ଜବତ କରିଛି କଟକ ଦରଘା ବଜାର ଥାନା ପୋଲିସ । ୫ଶହ ଟଙ୍କିଆ ୫୨ଟି ପ୍ୟାକେଟ ଜବତ ହୋଇଛି । ଏନେଇ କୋଲକାତା ପଶ୍ଚିମ ମେଦିନାପୁର ଅଞ୍ଚଳର ରାକେଶ ଧଡ଼ାକୁ ଗିରଫ କରିଛି ପୋଲିସ ।

କଟକରୁ କୋଲକାତା ଯାଉଥିଲା ଟଙ୍କା । କଟକର ସୁନା ବ୍ୟବସାୟୀଙ୍କୁ ୫୦୦ ଗ୍ରାମ ଓଜନର ସୁନା ପ୍ଲେଟ୍ ବିକ୍ରି କରି ଟଙ୍କା ନେଇଥିଲେ । ଜିଏସଟି ଫାଙ୍କିବା ପାଇଁ ସୁନା ପ୍ଲେଟ ଆକାରରେ ବିକ୍ରି କରଥିଲେ । ଘଟଣା ସମ୍ପର୍କରେ ଆୟକର ବିଭାଗକୁ ଅବଗତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.