ଭୁବନେଶ୍ୱର ଭରତପୁର ସୁରେଖା ହତ୍ୟା ମାମଲା: ପୁରୁଷ ବନ୍ଧୁ ସହ ବନ୍ଧା ହେଲେ ୩ ଅଭିଯୁକ୍ତ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ଭରତପୁର ସୁରେଖା ହତ୍ୟା ମାମଲାରେ ବନ୍ଧା ହେଲେ ୩ ଅଭିଯୁକ୍ତ। ନୟାଗଡରୁ ୩ ଜଣଙ୍କୁ ଗିରଫ କଲା ଭରତପୁର ପୋଲିସ। ଗିରଫଙ୍କ ମଧ୍ୟରେ ସୁରେଖାଙ୍କ ପୁରୁଷ ବନ୍ଧୁ ବିଶ୍ୱଜିତ ଜେନାଙ୍କ ସମେତ ୩ ଅଭିଯୁକ୍ତ ରହିଛି। ଅଭିୟୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ ସୂଚନା ଦେଇଛି। ପୁରୁଷ ବନ୍ଧୁଙ୍କ ଘରେ ହତ୍ୟା ପରେ ଭଡ଼ାଘରେ ସୁରେଖାଙ୍କ ମୃତଦେହକୁ ଶୁଆଇ ଦେଇଥିଲା ଅଭିଯୁକ୍ତ।

ସୁରାକ୍‌ ମିଳିବା ପରେ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ପୁୁରୁଷ ବନ୍ଧୁଙ୍କ ଘରେ ଏମ୍‌ସର ଏକ ୪ଜଣିଆ ବିଶେଷଜ୍ଞ ଟିମ୍‌ ଓ ଫରେନସିକ୍‌ ଟିମ୍‌ ତନାଘନା ଚଳାଇଥିଲା। ଘର ଭିତରୁ ରକ୍ତ ଛିଟା ଲାଗିଥିବା କିଛି ଲୁଗାପଟା ମଧ୍ୟ ଜବତ ହୋଇଥିଲା । ଶ୍ୱାସରୁଦ୍ଧ ହୋଇ ସୁରେଖାଙ୍କ ମୃତ୍ୟୁ ହୋଇଥିବା ଏମ୍ସର ଡାକ୍ତରୀ ଟିମ୍‌ ସ୍ପଷ୍ଟ କରିଛନ୍ତି । ବ୍ରହ୍ମଗିରି ଅଞ୍ଚଳର ସୁରେଖା ପଲେଇ ଭୁବନେଶ୍ୱର ଭରତପୁରରେ ଭଡ଼ା ଘରେ ରହି ବିବାହ ଉତ୍ସବ ଗୁଡିକରେ େଓ୍ଵଲକମ୍‌ ଗାର୍ଲ ଭାବେ କାମ କରୁଥିଲେ । ସୁରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।