ନୟାପଲ୍ଲୀ ବେହେରା ସାହି ଲେଡିଜ୍‌ ହଷ୍ଟେଲରେ ଗୁଣ୍ଡାଗର୍ଦ୍ଦି ଘଟଣା: ସିସିଟିଭି ଫୁଟେଜ୍‌ ଆଧାରରେ ତିନି ଜଣ ଅଟକ

ଲେଡିଜ୍‌ ହଷ୍ଟେଲରେ ଗଣ୍ଡଗୋଳ ଓ ମାରପିଟ୍‌ ଘଟଣାରେ ଗତକାଲି ଜଣଙ୍କୁ ଅଟକ ରଖିଥିଲା ନୟାପଲ୍ଲୀ ଥାନା ପୋଲିସ । ଫେରାର୍‌ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।ଗତ ଶୁକ୍ରବାର ରାତିରେ ବେହେରା ସାହିରେ ଥିବା ଉଗ୍ରତାରା ଲେଡିଜ ହଷ୍ଟେଲରେ କିଛି ଦୁର୍ବୃତ୍ତ ଆତଙ୍କାରାଜ କରିଥିଲେ । ୧୦ରୁ ୧୨ ଦୁର୍ବୃତ୍ତ ଲେଡ଼ିସ୍‌ ହଷ୍ଟେଲ ନିକଟରେ ପରିଚାଳନା ଦାୟିତ୍ୱରେ ଥିବା ଲୀଳା ସ୍ୱାଇଁଙ୍କୁ କମେଣ୍ଟ ମାରିଥିଲେ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିରେ ଲେଡିଜ୍‌ ହଷ୍ଟେଲରେ ଗୁଣ୍ଡାଗର୍ଦ୍ଦି ଘଟଣାରେ ୩ ଜଣ ଅଟକ । ସିସିଟିଭି ଫୁଟେଜ୍‌ ଆଧାରରେ ତିନି ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କୁ ପଚରାଉଚରା ଚାଲିଛି । ଲେଡିଜ୍‌ ହଷ୍ଟେଲରେ ଗଣ୍ଡଗୋଳ ଓ ମାରପିଟ୍‌ ଘଟଣାରେ ଗତକାଲି ଜଣଙ୍କୁ ଅଟକ ରଖିଥିଲା ନୟାପଲ୍ଲୀ ଥାନା ପୋଲିସ । ଫେରାର୍‌ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।

ଗତ ଶୁକ୍ରବାର ରାତିରେ ବେହେରା ସାହିରେ ଥିବା ଉଗ୍ରତାରା ଲେଡିଜ ହଷ୍ଟେଲରେ କିଛି ଦୁର୍ବୃତ୍ତ ଆତଙ୍କାରାଜ କରିଥିଲେ । ୧୦ରୁ ୧୨ ଦୁର୍ବୃତ୍ତ ଲେଡ଼ିସ୍‌ ହଷ୍ଟେଲ ନିକଟରେ ପରିଚାଳନା ଦାୟିତ୍ୱରେ ଥିବା ଲୀଳା ସ୍ୱାଇଁଙ୍କୁ କମେଣ୍ଟ ମାରିଥିଲେ । ପ୍ରତିବାଦ କରିବାରୁ ପ୍ରାୟ ଏକ ଘଣ୍ଟା ଧରି ଉତ୍ପାତ କରିଥିଲେ ଦୁର୍ବୃତ୍ତ । ତାାଙ୍କୁ ମାଡ଼ମାରିବା ସହ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଏନେଇ ଲୀଳା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.