ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରେ ମରଣାନ୍ତକ ଆକ୍ରମଣ, ମହିଳା ଏଏସଆଇ ଗୁରୁତର

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରୋଳ ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଏକ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ । ଏତିକିବେଳେ ପୋଲିସ ଟିମ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ।

କେନ୍ୟୁଜ(ବ୍ୟୁରୋ): ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରୋଳ ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଏକ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ । ଏତିକିବେଳେ ପୋଲିସ ଟିମ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ତିର୍ତ୍ତୋଲ ଥାନା ଏଏସଆଇ ସୁଷମା ମୁଦୁଲି ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ପଛ ପାଖରେ ଗଭୀର କ୍ଷତ ହୋଇଛି । ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଛି କଟକ ଏସସିବି । ଆହତ ହୋଇଛନ୍ତି ଏସ୍‌ଆଇ ନିଲମ ସୋରେଙ୍ଗ ।

ଗତ ମାସ ୭ ତାରିଖରେ ଶିରୋଳ ଗାଁର ପ୍ରସନ୍ନ ଲେଙ୍କାଙ୍କ ପରିବାର ଉପରେ କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ । ଘରେ ଭଙ୍ଗାରୁଜା କରିବା ସହ ଆସବାବପତ୍ର ଜଳାପୋଡ଼ା କରିଥିଲେ ଦୁର୍ବୃତ୍ତ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଥିଲା । ଫେରାର୍‌ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗତକାଲି ରାତିରେ ଗାଁରେ ଚଢ଼ାଉ କରିଥିଲା ପୋଲିସ ଟିମ୍‌ । ଏତିକିବେଳେ ଅଭିଯୁକ୍ତଙ୍କ ସହ ମିଶି କିଛି ଗ୍ରାମବାସୀ ପୋଲିସ ଉପରେ ଆକ୍ରମଣ କରିଥିଲେ । ପୋଲିସ ଉପରେ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.