ପୁଣି ଦୁର୍ଘଟଣା ନେଲା ଜୀବନ : କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା; ବାପା, ମା ଓ ଛୁଆ ମୃତ

କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ୩ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି।

କୋରାପୁଟ (କେନ୍ୟୁଜ): ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ୩ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ଜୟପୁରରୁ ଏକ କାରରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ପୁଙ୍ଗାର ନିକଟରେ ଏକ ଗ୍ୟାସ୍‌ ଟ୍ୟାଙ୍କର ସହ ଧକ୍କା ହୋଇଥିଲା କାର୍‌ । ଏହା ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କର ପ୍ରାଣହାନି ଘଟିଥିଲା। ମୃତକ ୩ଜଣ ସମ୍ପର୍କରେ ବାପା ମାଆ ଓ ଝିଅ ହୋଇଥିବା ସୂଚନା ମିଳିଛି । ଖବର ପାଇ ପଟାଙ୍ଗୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.