Below header

ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ : ୧୦୦ ଛୁଇଁଲା ଟମାଟୋ ଦର

ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ସେଞ୍ଚୁରୀ ମାରିଲା ଟମାଟୋ। ସପ୍ତାହକ ମଧ୍ୟରେ ଦୁଇ ଗୁଣା ବଢିଛି ଦର। କେବଳ ଆଳୁ ଏବଂ ପିଆଜକୁ ଛାଡିଦେଲେ ସବୁ ପରିବା ଦର ଦୁଇ ଗୁଣ ବଢିଯାଇଛି। ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡ଼ଙ୍ଗ ୧୦୦, କଲରା ୧୦୦, ବାଇଗଣ ଏବଂ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି।

ଭୁବନେଶ୍ୱର (କେନ୍ୟୁଜ): ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ସେଞ୍ଚୁରୀ ମାରିଲା ଟମାଟୋ। ସପ୍ତାହକ ମଧ୍ୟରେ ଦୁଇ ଗୁଣା ବଢିଛି ଦର। ଗତ ସପ୍ତାହରେ ୫୦ ଟଙ୍କା ଥିବାବେଳେ ଏବେ ୧୦୦ଟଙ୍କା ଛୁଇଁଛି। ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଖୁଚୁରା ବଜାରକୁ ମହଙ୍ଗା କରିଦେଇଛି। ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଏବେ ଟମାଟୋ ଯୋଗାଣ ବନ୍ଦ ହୋଇଯାଇଛି। ଏବଂ କେବଳ ବେଙ୍ଗାଳୁରୁ ଟମାଟୋ ଉପରେ ଭରସା।

ଚୀନ୍‌ ପରେ ଭାରତ ହେଛି ବିଶ୍ୱର ଦ୍ୱିତୀୟ ବଡ଼ ଟମାଟୋ ଉତ୍ପାଦନକାରୀ ଦେଶ। ଚୀନ୍‌ରେ ୫.୬ କୋଟି ଟନ୍‌ ଟମାଟୋ ଉତ୍ପାଦନ ହେଉଥିବାବେଳେ ଭାରତରେ ୨ କୋଟି ଟନ୍‌ ଟମାଟୋ ଉତ୍ପାଦନ ହେଉଛି। କେବଳ ଆଳୁ ଏବଂ ପିଆଜକୁ ଛାଡିଦେଲେ ସବୁ ପରିବା ଦର ଦୁଇ ଗୁଣ ବଢିଯାଇଛି। ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡ଼ଙ୍ଗ ୧୦୦, କଲରା ୧୦୦, ବାଇଗଣ ଏବଂ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.