ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼

ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ପୁରୁଣା ଯୋଗିଆପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ । ଏଥିରେ ତିନି ଜଣ ଆହାତ ହୋଇଛନ୍ତି । ଆଜି ସଂଧ୍ୟାରେ ବୋମାମାଡ଼ ହୋଇଛି । ସୂଚନା ଅନୁସାରେ କାର୍ତ୍ତିକ ପାତ୍ର ନାମକ ଯୁବକ ଘର ଆଗରେ ଠିଆ ହୋଇଥିଲେ ।

ବ୍ରହ୍ମପୁର(କେନ୍ୟୁଜ) : ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ପୁରୁଣା ଯୋଗିଆପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ । ଏଥିରେ ତିନି ଜଣ ଆହାତ ହୋଇଛନ୍ତି । ଆଜି ସଂଧ୍ୟାରେ ବୋମାମାଡ଼ ହୋଇଛି । ସୂଚନା ଅନୁସାରେ କାର୍ତ୍ତିକ ପାତ୍ର ନାମକ ଯୁବକ ଘର ଆଗରେ ଠିଆ ହୋଇଥିଲେ ।

ଏହି ସମୟରେ କାଳିଆ ପାତ୍ର ଓ ଏମ ମହେଶ ଦୋରା ନାମକ ଦୁଇ ଜଣ ଯୁବକ ମୋଟର ସାଇକେଲରେ ଆସି ପାଟିତୁଣ୍ଡ କରିଥିଲେ । ପରେ କାଳିଆ ଧରି ଆସିଥିବା ବୋମାକୁ କାର୍ତ୍ତିକଙ୍କ ପିଠିରେ ଅତି ନିକଟରୁ ମାଡ଼ କରିଥିଲା ।

ଏହି ସମୟରେ କାଳିଆର ହାତରେ ବୋମା ଫୁଟିଥିବା ବେଳେ କାର୍ତ୍ତିକ ପାତ୍ରର ପିଠିରେ ଗଭୀର ଆଘାତ ଲାଗିଛି । ପାଖରେ ଥିବା ମହେଶ ଦୋରା ମଧ୍ୟ ଆହାତ ହୋଇଛନ୍ତି । ତିନି ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ନିମଖଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.