ଶ୍ରୀରାମ ନବମୀ ପାଇଁ ଭଦ୍ରକ ଏବଂ ସୋରରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଶ୍ରୀରାମ ନବମୀକୁ ଦୃଷ୍ଟିରେ ରଖି ଭଦ୍ରକ ଏବଂ ସୋରରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଶାନ୍ତି ଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ କରିବାକୁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନେତୃତ୍ୱ ରାପିଡ୍‌ ଆକ୍ସନ ଫୋର୍ସ ଓ ଜିଲ୍ଲା ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ଫ୍ଲାଗ ମାର୍ଚ୍ଚ ଜିଲ୍ଲାର ଭଦ୍ରକ ଏବଂ ଧାମନଗର ଅଂଚଳରେ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଭଦ୍ରକ(କେନ୍ୟୁଜ): ଶ୍ରୀରାମ ନବମୀକୁ ଦୃଷ୍ଟିରେ ରଖି ଭଦ୍ରକ ଏବଂ ସୋରରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଶାନ୍ତି ଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ କରିବାକୁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନେତୃତ୍ୱ ରାପିଡ୍‌ ଆକ୍ସନ ଫୋର୍ସ ଓ ଜିଲ୍ଲା ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ଫ୍ଲାଗ ମାର୍ଚ୍ଚ ଜିଲ୍ଲାର ଭଦ୍ରକ ଏବଂ ଧାମନଗର ଅଂଚଳରେ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଗାମୀ ୩୦ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଜିଲ୍ଲାରେ ଶାନ୍ତି, ଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଉଛି । ଶାନ୍ତି କମିଟି ସହ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ସୋସିଆଲ ମିଡ଼ିଆରେ ଆପତ୍ତି ଜନକ ମନ୍ତବ୍ୟ ଉପରେ ପୋଲିସ ଅଧିକ ଧ୍ୟାନ ଦେଇଛି । ଯିଏ ସେଥିରେ ଖିଲାପ କରିବେ ତାଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଦ୍ରକ ଏସପି କହିଛନ୍ତି ।

ଏପଟେ ସୋରରେ ମଧ୍ୟ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ପୁରାଇ କନ୍ୟାଶ୍ରମ ଛକଠାରୁ ବମ୍ଫି ଛକ ପର୍ଯ୍ୟନ୍ତ ପୋଲିସ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ପକ୍ଷରୁ ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଫ୍ଲାଗ୍‌ ମାର୍ଚ୍ଚରେ ବାଲେଶ୍ୱର ଏସପି ସାଗରିକାନଥ, ଏସଡିପିଓ ଶଶାଙ୍କ ଶେଖର ବେହୁରା , ଆଇଆଇସିଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.