କଟକ ତେଲେଙ୍ଗାପେଣ୍ଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: କେନାଲ ଭିତରକୁ ପଶିଗଲା କାର୍, ୩ମୃତ

କଟକ: ମର୍ମନ୍ତୁଦ ଦୁର୍ଘଟଣା । କେନାଲ ଭିତରେ ପଶିଗଲା କାର୍। ଘଟଣାସ୍ଥଳରେ ହିଁ ଚାଲିଗଲା ୩ଟି ଜୀବନ। ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜାଗୱାର କାର୍‌ଟି ଭୁବନେଶ୍ୱର ଆଡକୁ ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ କେନାଲକୁ ପଶିଯାଇଥିବା ଅନୁମାନ କରାଯାଉଛି।

ରାସ୍ତାରେ ଯାଉଥିବାଲୋକ ଦୁର୍ଘଟଣା ସମ୍ପର୍କରେ ଜାଣି ପୋଲସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣି ଭିତରୁ ଉଦ୍ଧାର କରିଥିଲା। ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ। କଟକ ସଦର ଥାନା ପୋଲିସ ପାଣି ଭିତରୁ କାରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.