ଆଜିଠୁ ମା ବିରଜାଙ୍କ ରଥଯାତ୍ରା, ପବ୍ରିତ ଦୁର୍ଗୋତ୍ସବ ଅବସରରେ ୯ ଦିନ ଧରି ପରିଭ୍ରମଣ କରିବେ ଜଗତଜନନୀ ମାଆ

ଯାଜପୁର: ଆଜିଠାରୁ ଆରମ୍ଭ ହେଉଛି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା। ମାଆଙ୍କ ସିଂହଧ୍ୱଜ ରଥ ୯ ଦିନ ଧରି ବେଢା ପରିକ୍ରମା କରିବ। ଅପରାହ୍ନ ୫ଟାରେ କୋଭିଡ୍‌ କଟକଣା ଭିତରେ ରଥ ଟଣା ହେବ। କେବଳ ଅଙ୍ଗଲାଗି ସେବାୟତମାନଙ୍କ ଦ୍ୱାରା ରଥ ଟଣାଯିବ। ଏଥିପାଇଁ ମନ୍ଦିର ପରିସରରେ ୧୪୪ଧାରା ଜାରି ହୋଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ରଥଯାତ୍ରାର ଆୟୋଜନ କରାଯିବ। ଏହାପୂର୍ବରୁ ଗତକାଲି ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି । ୧୭୭ଜଣ ସେବାୟତଙ୍କ ମଧ୍ୟରୁ ୫ ସେବାୟତଙ୍କ ରିପୋର୍ଟ ପଜିଟିଭ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.