ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଟଳି ପଡିଲେ ୩ ମାଓବାଦୀ

ମାଲକାନଗିରି: ପୋଲିସ ଗୁଳିରେ ଟଳି ପଡିଲେ ୩ ମାଓବାଦୀ। ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ ଓ ଜଣେ ମହିଳା ମାଓବାଦୀ ଅଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ମୁହାଁମୁହିଁ ହୋଇଥିଲେ ପୋଲିସ  ଓ ମାଓବାଦୀ।

ମାଓବାଦୀଙ୍କ ଗୁଳିରେ ଜଣେ SSG ଜବାନ ଗୁରୁତର ଆହତ ହୋଇଛନ୍ତି। ଘଟମାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ୬ଟି ବନ୍ଧୁକ ଜବତ କରାଯାଇଛି। ରେଲୱେ ଲାଇନ୍‌କୁ ସୁରକ୍ଷା ଦେବାପାଇଁ ଯାଇଥିବା SSB ଯବାନ ଉପରେ ଗୁଳି ଚଳାଇଥିଲେ ମାଓବାଦୀ। ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିବା ASP ଗୋରଖନାଥ ବଘେଲ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.