ମହାନଦୀ ବ୍ୟାରେଜ୍‌ରେ ବୁଡ଼ି ଜଣେ ମୃତ, ୨ ନିଖୋଜ

କଟକ(କେନ୍ୟୁଜ): ମହାନଦୀରେ ଅଘଟଣ । ଯୋବ୍ରା ବ୍ୟାରେଜ୍‌ରେ ବୁଡ଼ି ଜଣେ ମୃତ, ୨ ନିଖୋଜ। ମହାନଦୀରେ ଗାଧୋଇବା ବେଳେ ୩ ଜଣ ଭାସି ଯାଇଥିଲେ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେବି ୨ ଜଣ ନିଖୋଜ ଅଛନ୍ତି । ନିଖୋଜ ଦୁଇଜଣଙ୍କ ମଧ୍ୟରେ ଜଣେ ଦଶମ ଶ୍ରେଣୀ ଛାତ୍ର ।

୩ ଯୁବକ ଚାରିଘରିଆ ଅଞ୍ଚଳର ବୋଲି ଜଣାପଡିଛି। ମୋଟ ୭ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ଆଜି ଯୋବ୍ରା ବ୍ୟାରେଜର କିଛି ଗେଟ୍‌ ଖୋଲା ଥିଲା । ତେଣୁ ପୂର୍ବ ଅପେକ୍ଷା ଜଳସ୍ତର ଅଧିକ ରହିଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.