ଚଳିତ ବର୍ଷ ମେଡିସିନ ପାଇଁ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର, ଘୋଷଣା ହେଲା ନାମ

ଭୁବନେଶ୍ବର(କେନ୍ୟୁଜ୍): ଚଳିତ ବର୍ଷ ମେଡିସିନ ପାଇଁ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ବ୍ରିଟେନର ଚିକିତ୍ସା ବିଜ୍ଞାନୀ ୱିଲିଅମ ଜେ କାଇଲିନ୍‌ ଜୁନିଅର, ସାର୍‌ ପିଟର ଜେ ର‍୍ୟାଟ୍‌କ୍ଲିଫ ଓ ଗ୍ରେଗ୍‌ ଏଲ୍‌ ସେମେନ୍‌ଜାଙ୍କୁ ମିଳିବ ଭେଷଜରେ ନୋବେଲ । ଜୀବକୋଷଗୁଡିକ କିପରି ଉପଲବ୍ଧ ଥିବା ଅମ୍ଲଜାନକୁ ଅନୁଭବ କରନ୍ତି। ସେ ଅନୁଯାୟୀ କିପରି ତାକୁ ଗ୍ରହଣ କରନ୍ତି। ତାର ଆବିଷ୍କାର କରିଥିଲେ ଏହି ତିନି ବୈଜ୍ଞାନିକ। ସେମାନେ ମଲିକୁଲାର ମେସିନାରୀ ପ୍ରକ୍ରିୟାର ଚିହ୍ନଟ କରିଥିଲେ, ଯାହା ଉପଲବ୍ଧ ଥିବା ଅକ୍ସିଜେନର ପରିମାଣକୁ ଦେଖି ଜିନର କାର୍ଯ୍ୟଶୈଳୀ ନିୟନ୍ତ୍ରଣ କରେ। ଜୀବକୋଷ ଗୁଡିକର ଅକ୍ସିଜେନ ସେନ୍‌ସିଂକୁ ଖୋଜି ବାହାର କରିବା ଶାରୀରିକ ବିଜ୍ଞାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଦ୍ୱାରା ଏନିମିଆ, କ୍ୟାନ୍‌ସର ଓ ଅନ୍ୟ ମାରାତ୍ମକ ରୋଗର ମୁକାବିଲା ଦିଗରେ ସହାୟକ ହେବ। ଆସନ୍ତାକାଲି ପଦାର୍ଥ ବିଜ୍ଞାନ ଓ ୯ ତାରିଖରେ ରସାୟନ ବିଜ୍ଞାନ ପାଇଁ ଘୋଷଣା ହେବ ନୋବେଲ ପୁରସ୍କାର। ୧୦ତାରିଖରେ ସାହିତ୍ୟ ଓ ୧୧ ତାରିଖରେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ। ୧୪ ଅକ୍ଟୋବରରେ ଅର୍ଥନୀତି ପାଇଁ ନୋବେଲ ଘୋଷଣା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.