Below header

ଘରେ କୁକୁର କିମ୍ବା ବିଲେଇ ପାଳିବାର ଏହି ଫାଇଦା ବିଷୟରେ ଜାଣିନଥିବେ ଆପଣ

ସାଧାରଣତଃ ଆମେ ଘରେ ସଉକ ପାଇଁ କୁକୁର କିମ୍ବା ବିଲେଇ ପାଳିଥାଉ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଘରେ କୁକୁର,ବିଲେଇ ପାଳିବାର ଅନ୍ୟ ଫାଇଦା ମଧ୍ୟ ରହିଛି । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ ଘରେ କୁକୁର କିମ୍ବା ବିଲେଇ ପାଳିବା ଦ୍ୱାରା ଏହା ପିଲାମାନଙ୍କର ଷ୍ଟ୍ରେସ ଲେବୁଲ କମ କରିଥାଏ । ଏହା ସେମାନଙ୍କୁ ଡିପ୍ରେସନଠୁ ଦୁରେଇ ରଖିବା ସହିତ ମାନସିକ ଏବଂ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ ।

ଏହାସହ ପଢନ୍ତୁ ଏହି ଭୟଙ୍କର ରୋଗ ଗୁଡିକରୁ ବଞ୍ଚାଇଥାଏ କଫି, ଜାଣନ୍ତୁ ଏହାର ଫାଇଦା

Image result for pet dog cat with child

ଜର୍ଣ୍ଣାଲ ଅଇରାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅନେକଗୁଡ଼ିଏ ବିଶ୍ଵବିଦ୍ୟାଳୟ ‘Pet Your Stress Away’ ନାମକ ଏକ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି । ଯେଉଁଥିରେ ଛାତ୍ରଛାତ୍ରୀ ମାନେ ଆସି କୁକୁର ଓ ବିଲେଇମାନଙ୍କ ସହିତ କିଛି ସମୟ ବିତାଇ ପାରିବେ ଏବଂ ତାଙ୍କ ସହିତ ଖେଳିପାରିବେ । ୱାସିଂଟନ ଷ୍ଟେଟ ୟୁନିଭର୍ସିଟିର ଆସୋସିଏଟ ପ୍ରଫେସରଙ୍କ କହିବା ଅନୁଯାୟୀ ମାତ୍ର ଦଶ ମିନିଟରେ ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡିଥାଏ । କାରଣ ଗବେଷଣା ସମୟରେ ଯେଉଁ ପିଲାମାନଙ୍କୁ କୁକୁର ଏବଂ ବିଲେଇ ସହ ସମୟ ବିତାଇବା ପାଇଁ ଦିଆଯାଇଥିଲା ସେମାନଙ୍କ ଠାରେ କୋର୍ଟିସୋଲ ହର୍ମୋନର ଅଭାବ ଦେଖା ଯାଇଥିଲା । ଏହି ହର୍ମୋନଟି ଶରୀରରେ ଡିପ୍ରେସନ ଏବଂ ଷ୍ଟ୍ରେସ ବଢ଼ାଇବାରେ ସାହାଯ୍ୟ କରିଥାଏ ।

Related image

ଏହି ଗବେଷଣାରେ ୨୪୯ଟି କଲେଜର ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯାଇଥିଲା । ଯେଉଁମାନଙ୍କୁ ଚାରୋଟି ଗ୍ରୁପରେ ବିଭକ୍ତ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ଗୋଟିଏ ଗ୍ରୁପ୍କୁ ଦଶ ମିନିଟ ପର୍ଯ୍ୟନ୍ତ କୁକୁର ଏବଂ ବିଲେଇ ମାନଙ୍କ ସହ ସମୟ ବିତାଇବା ପାଇଁ ଦିଆଯାଇଥିଲା । ଏହି ପରୀକ୍ଷାରୁ ଜଣା ପଡିଥିଲା ଯେ ଯେଉଁ ଗ୍ରୁପ୍କୁ ପଶୁମାନଙ୍କ ସଂଗେ ସମୟ ବିତାଇବାକୁ ଦିଆଯାଇଥିଲା ସେମାନଙ୍କ ଠାରେ କୋର୍ଟିସୋଲ ହର୍ମୋନ ଅନ୍ୟମାନଙ୍କ ତୁଳନାରେ କମ ହୋଇଯାଇଥିଲା ।

Image result for student stress

ଗବେଷକଙ୍କ କହିବା ଅନୁଯାୟୀ ଆମେ କେବଳ ଏହା ଦେଖିବା ପାଇଁ ଚାଁହୁଥିଲୁ ଯେ ଏହିଭଳି କାର୍ଯ୍ୟକଳାପ ଦ୍ୱାରା ଷ୍ଟ୍ରେସ ଲେବୁଲ କମ ହୁଏ କି ନାହିଁ । ଏହା ବହୁତ ରୋମାଞ୍ଚକ ଅଟେ । କାରଣ ହୋଇପାରେ ଷ୍ଟ୍ରେସ ହର୍ମୋନର କମି ଶରୀରକୁ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ରଖିବାପାଇଁ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.