Below header

ମାତ୍ର ୨୯,୯୯୦ଟଙ୍କାରେ କିଣନ୍ତୁ ୬୭ କିମି ମାଇଲେଜ୍‌ ଦେଉଥିବା ଏହି ବାଇକ୍‌

ଦେଶରେ ବିଭିନ୍ନ କମ୍ପାନୀର ଭିନ୍ନ ଭିନ୍ନ ଡିଜାଇନ୍‌ର ବାଇକ୍‌ ଦେଖିବାକୁ ମିଳୁଛି। ତେବେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଅଲଗା ଧରଣର ବାଇକ୍‌ ଏବେ ବଜାରକୁ ଆସିଛି। ସବୁଠାରୁ ଖୁସିର କଥା ହେଉଛି ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ବ୍ୟକ୍ତି ମଧ୍ୟ ଏହି ବାଇକ୍‌ କିଣିବାକୁ ସମର୍ଥ ହେବେ। କାରଣ ଏହାର ଦାମ୍‌ ରହିଛି ମାତ୍ର ୨୯,୯୯୦ ଟଙ୍କା।

ଟିଭିଏସ୍‌ କମ୍ପାନୀ ଏବେ ଏକ କମ୍‌ ବଜେଟ୍‌ ବାଇକ୍‌ର ବଜାର ପ୍ରବେଶ କରିଛି। ଟିଭିଏସ୍‌ର ଏହି TVS XL ବାଇକ୍‌ରେ ୯.୭ସିସିର ଇଞ୍ଜିନ୍‌ ଲାଗିଛି ଯାହା ୪.୩bhp ଏବଂ ୬-୫Nmର ଟର୍କ ଦେଇଥାଏ। ଏକ ଲିଟର ତେଲରେ ଏହି ବାଇକ୍‌ ୬୭ କିଲୋମିଟରର ମାଇଲେଜ୍‌ ଦିଏ। ଏହାର ଚକା ୧୨୨୮ମିମି ହୋଇଥିବା ବେଳେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଯିବା କ୍ଷମତା ରଖିଛି। ଏଥିରେ ଉଭୟ ସେଲ୍ଫ ଓ କିକ୍‌ ଷ୍ଟାର୍ଟ ସୁବିଧା ମଧ୍ୟ ରହିଛି।

TVS XLର ଦାମ୍‌ ଓ ଅଫର:

TVS XLର ଦାମ୍‌ ୨୯,୯୯୦ଠାରୁ ଆରମ୍ଭ ହୋଇ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରେ ଆପଣଙ୍କୁ କେତେକ ଭର୍ସନ ମଧ୍ୟ ମିଳିବ। କମ୍‌ ଡାଉନ୍‌ ପେମେଣ୍ଟରେ ମଧ୍ୟ ଆପଣ ଏହି ବାଇକ କିଣିପାରିବେ। କମ୍ପାନୀ ଏହି ବାଇକ ଉପରେ ୨୯୯୯ ଟଙ୍କାର ଡାଉନ୍‌ପେମେଣ୍ଟର ଅଫର ରଖିଛି।

ଏହାସହ ପଢ଼ନ୍ତୁ: ଫେଷ୍ଟିଭ୍‌ ଅଫର: ବଜାଜ୍‌ର ୫ ଗିୟରଯୁକ୍ତ ବାଇକ୍‌ରେ ମିଳୁଛି ଏହି ଆକର୍ଷଣୀୟ ଅଫର, ତୁରନ୍ତ କିଣନ୍ତୁ

TVS XLରେ ରହିଛି ଏହି ଅତ୍ୟାଧୁନିକ ଫିଚର:

  • ଆଇ ଟଚ୍‌ ଷ୍ଟାର୍ଟ
  • ମୋବାଇଲ୍‌ ଚାର୍ଜିଂ ସୁବିଧା
  • ସାଇଲେଣ୍ଟ ଷ୍ଟାର୍ଟ
  • ମଲ୍ଟିପଲ ଷ୍ଟାର୍ଟର୍-ଷ୍ଟପ୍‌
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.