ସବୁଦିନ ୧ ଲିଟର କ୍ଷୀରରେ ଚା’ ପିଉଥିଲେ ଏହି ବ୍ୟକ୍ତି, ଘଟିଲା ଏପରି ଭୟଙ୍କର ଘଟଣା

ଚୀନର ଜଣେ ବ୍ୟକ୍ତିଙ୍କୁ ଦୈନିକ ୧ ଲିଟର କ୍ଷୀରରେ ଚା’ ବନାଇ ପିଇବା ମହଙ୍ଗା ପଡ଼ିଛି। କୁହାଯାଉଛି, ଏହି ବ୍ୟକ୍ତିଙ୍କର ପେଟ ସମସ୍ୟା ଥିଲା। ହେଲେ ଏଥିପ୍ରତି ସେ ଧ୍ୟାନ ଦେଉ ନ ଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା। ବ୍ୟକ୍ତି ଜଣକ କିଛି ବି ଖାଇପାରୁ ନ ଥିଲେ। ତେଣୁ ସେ ସାରାଦିନ ୧ ଲିଟର କ୍ଷୀରରେ ଚା’ ବନାଇ ପିଉଥିଲେ ଏବଂ କେକ୍‌ ଖାଉଥିଲେ। କିନ୍ତୁ ତାଙ୍କୁ ଜଣା ବି ନ ଥିଲା, ଏମିତି କରିବା ତାଙ୍କ ପାଇଁ ଆହୁରି ଭୟଙ୍କର ହୋଇଯିବ।

ଲମ୍ବା ସମୟ ଧରି ଚା’ ପିଇବା ଏବଂ କେକ୍‌ ଖାଇବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଗଲା। ଖାଦ୍ୟରେ ଚିନିର ମାତ୍ରା ଅଧିକ ହୋଇଯିବାରୁ ସେ ଘରେ ବେହୋସ୍‌ ହୋଇଗଲେ। ଯେତେବେଳେ ତାଙ୍କୁ ହସ୍ପିଟାଲ ନିଆଗଲା, ସେତେବେଳେ ସେ କୋମାକୁ ଚାଲିଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଏପରି କି, ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଅକାମୀ ହୋଇଯାଇଥିଲା। କିନ୍ତୁ ସୌଭାଗ୍ୟର କଥା ଡାକ୍ତର ତାଙ୍କ ଚିକିତ୍ସା କରାଇ ଜୀବନ ବଞ୍ଚାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.