କାଳ ବୈଶାଖୀ ବର୍ଷା ପ୍ରଭାବରେ ଧସିଲା ୩୦ଫୁଟର ସାଳନ୍ଦୀ ନଦୀବନ୍ଧ, ବିପଦରେ ୧୦ ପରିବାର

ଚାନ୍ଦବାଲି(କେନ୍ୟୁଜ୍‌):  କାଳ ବୈଶାଖୀର ପ୍ରଭାବରେ ବର୍ଷା ଯୋଗୁ ୩୦ଫୁଟର ସାଳନ୍ଦୀ ନଦୀବନ୍ଧ ଧଶି ନଦୀ ଗର୍ଭକୁ ପଳାଇଛି । ଭୟଭୀତ ହୋଇପଡିଛନ୍ତି ନଦୀବନ୍ଧକୁ ଲାଗିଥିବା ୧୦ ପରିବାର । ଗତକାଲି ଜୋରସୋର ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡି ପଂଚାୟତର ଶୀତଳପୁର ଠାରେ ସାଲନ୍ଦୀ ନଦୀବନ୍ଧ ଧସିଥିଲା । ବନ୍ଧରୁ ପାଖାପାଖି ୩୦ଫୁଟର ମାଟି ଅତଡା ଓ ପଡିଥିବା ପଥର ସବୁ ନଦୀ ଗର୍ଭକୁ ଚାଲିଯାଇଛି । ତେବେ ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ।

ବନ୍ଧରୁ ଭୟଙ୍କର ଶବ୍ଦ ଶୁଣିବା ପରେ ଲୋକମାନେ ବନ୍ଧ ପାଖକୁ ଆସି ଦେଖିଲା ବେଳକୁ ବନ୍ଧରୁ ମାଟି ଧସିବାରେ ଲାଗିଛି । ତେବେ ଏହି ବନ୍ଧ ପାଇଁ ଶୀତଳପୁର ଗାଁ ପ୍ରତି ବିପଦ ବଢି ଚାଲିଛି । ପୂର୍ବରୁ ଏଇ କିଛି ଦିନ ତଳେ ବନ୍ଧରେ ବଡ ବଡ ଫାଟ ସୃଷ୍ଟି ହେବା ସହ ବନ୍ଧ ପାଖରେ ଥିବା ଘରୁ ଭୂସ୍ଖଳନ ହୋଇଥିଲା । ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ତୁରନ୍ତ ମରାମତି କରିବାକୁ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.