ରାଜଧାନୀରୁ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ

ଭୁବନେଶ୍ବର : ରାଜଧାନୀରୁ ପୁଣି ବ୍ରାଉନ ସୁଗାର ଜବତ । ୩୦ ଗ୍ରାମର ଧଳା ଜହର ଜବତ କରିଛି କମିଶନରେଟ୍‌ ପୋଲିସ । ଏହି ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ପାପୁ ଓ ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, ମୋବାଇଲ୍‌ ଓ ଏକ କାର୍‌ ଜବତ ହୋଇଛି। ସୂଚନା ମୁତାବକ ଅଭିଯୁକ୍ତ ମାନେ ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ନିଜର ଏଜେଣ୍ଟ ଜରିଆରେ ବିଭିନ୍ନ ବସ୍ତିରେ କାରବାର କରୁଥିଲେ । ଏପରିକି ପୋଲିସ ଠାରୁ ନିଜକୁ ବଞ୍ଚାଇବା ପାଇଁ ପାଖରେ ବନ୍ଧୁକ ବି ରଖୁଥିଲେ । ଏମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.