ଭୁବନେଶ୍ୱରରୁ ଆଜି ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ,୫୦୬ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ବଦଳିଛି ଭୁବନେଶ୍ୱର ଟ୍ରେଣ୍ଡ । ଆକ୍ରାନ୍ତଙ୍କ ତୁଳନାରେ ରାଜଧାନୀରେ ବଢିଚାଲିଛି କରୋନାର ସୁସ୍ଥ ହାର। ଭୁବନେଶ୍ୱରରୁ ଆଜି ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୬ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ  କ୍ୱାରେଣ୍ଟାଇନରୁ ୧୨୩, ଲୋକାଲକଣ୍ଟାକ୍ଟରୁ ୧୮୩ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଲୋକାଲ୍‌ କଣ୍ଟାକ୍ଟ କେସରୁ  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି  ଅଶୋକ ନଗରରୁ ୩, ଚକେଇଶିଆଣିରୁ ୪, ସିଆର୍‌ପିଏଫ୍‌ କ୍ୟାମ୍ପସରୁ ୫, ଚନ୍ଦ୍ରଶେଖରପୁରରୁ ୩, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୧୦, ଖଣ୍ଡଗିରିରୁ ୪, କପିଳେଶ୍ୱରରୁ ୩, ଜୟଦେବ ବିହାରରୁ ୩, ଆଇଆର୍‌ସି ଭିଲେଜରୁ ୪, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୩, ନୀଳାଦ୍ରି ବିହାରରୁ ୪, ରସୁଲଗଡ଼ରୁ ୫, ୟୁନିଟ୍‌-୯ରୁ ୭, ୟୁନିଟ୍‌-୨ରୁ ୩, ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ୫, ସତ୍ୟନଗରରୁ ୩, ଶୈଳଶ୍ରୀ ବିହାରରୁ ୪ ଓ ସହିଦ ନଗରରୁ ୭ ଜଣ। ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୮୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୯୪୨ ଜଣ ଆରୋଗ୍ୟ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.