ଆପଣ କରୁଛନ୍ତି କି ଓ୍ଵାର୍କ ଫ୍ରମ୍‌ ହୋମ୍‌, ତେବେ ଜାଣନ୍ତୁ  Whatsapp Web ର ଏହି ଫିଚର୍ସ ବିଷୟରେ

କରୋନା ମହାମାରୀ ମଧ୍ୟରେ ଅନେକ କମ୍ପାନୀ କର୍ମଚାରୀଙ୍କ ଠାରୁ ଘରେ ବସି କାମ କରାଉଛି। ଏହି ଓ୍ଵାର୍କ ଫ୍ରମ୍‌ ହୋମ୍‌ ଚାଲୁଥିବାରୁ ଅଫିସ ମିଟିଂ ଏବଂ କାମ ବର୍ତ୍ତମାନ ହ୍ଵାଟ୍ସଆପ୍‌ ଗ୍ରୁପ୍‌ ରେ ଅଧିକ କରାଯାଉଛି। ଏନେଇ ଏବେ Whatsapp Web ର ବ୍ୟବହାର ବଢିବାରେ ଲାଗିଛି। ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ଯୁଜର୍ସ ଅଛନ୍ତି, ଯେଉଁମାନେ ଏହି ଫିଚର ବିଷୟରେ ଜାଣିନାହାନ୍ତି। ଏନେଇ ଆଜି ଆମେ ଆପରଣଙ୍କୁ ଜଣାଇବୁ Whatsapp Web କୁ କିପରି ବ୍ୟବହାର କରାଯାଇପାରିବ।

ଏହି ସୁବିଧା ବର୍ତ୍ତମାନ Whatsapp ମେସେଜିଂ ଆପ୍ ରେ ଉପଲବ୍ଧ | ଗତ ମାସରେ Whatsapp ମେସେଞ୍ଜର ରୁମ୍ ଫିଚର୍‌ ରୋଲ ଆଉଟ କରିଛି। ସୁବିଧା ପାଇଁ, ଆପଣଙ୍କୁ କେବଳ ସେହି ସମ୍ପର୍କଗୁଡିକ ଯୋଡିବାକୁ ପଡିବ ଯାହା ସହିତ ଆପଣ ମେସେଞ୍ଜରରେ ଗ୍ରୁପ୍‌ କଳ୍‌ କରିବାକୁ ଚାହାଁନ୍ତି। Whatsapp Web ହୋମ୍‌ ସ୍କ୍ରିନ୍‌ ରେ Creat Room ର ଅପ୍ସନ ଉପଲବ୍ଧ। ଏଥିପାଇଁ ଆପଣ ତିନଟି ବିନ୍ଦୁ ଉପରେ କ୍ଲିକ୍‌ କରନ୍ତୁ ଏବଂ କ୍ରିଏଟ୍‌ ରୁମ୍‌ ଉପରେ ସିଲେକ୍ଟ କରନ୍ତୁ।

whatsapp web3Whatsapp ବ୍ୟବହାରକାରୀଙ୍କୁ ନୂତନ ଷ୍ଟିକର ପ୍ୟାକ ଆଡ୍‌ କରିବା ପାଇଁ ଅନୁମତି ଦେଇଥାଏ କିନ୍ତୁ Web ଭର୍ସନ ସହ ଏଭଳି ହେବନାହିଁ। Web ଭର୍ସନ ଥିବା ୟୁଜର ନୂଆ ଷ୍ଟିକର ପ୍ୟାକ୍‌ ଡାଉନଲୋଡ କରିପାରିବେ ନାହିଁ। ଏହା କେବଳ ପୂର୍ବରୁ ଡାଉନଲୋଡ କରାଯାଇଥିବା ଷ୍ଟିକର ଦେଖାଯିବ। ୟୁଜର କୌଣସି ବି ଡାଉନଲୋଡ କରାଯାଇଥିବା ଷ୍ଟିକର ସିଲେକ୍ଟ କରି ନିଜ ସମ୍ପର୍କରେ ପଠାଇପାରିବେ।

whatsapp webଏହି ସୁବିଧା କେବଳ ଆପ୍‌ ରେ ହିଁ ଉପଲବ୍ଧ କିନ୍ତୁ Web ରେ ଏହାକୁ ଖୋଜିବା ସହଜ। ଆପଣ  ୱିଣ୍ଡୋର ଉପରି ଭାଗରେ ଥିବା ମେସେଜ୍ ଆଇକନ୍ ଉପରେ କ୍ଲିକ୍ କରିବା ପରେ ଏହା ତୁରନ୍ତ ସଂଯୁକ୍ତ ବନ୍ଧୁମାନଙ୍କୁ ଦେଖାଇବ | ଯଦି ଆପଣ Whatsapp ରେ ଷ୍ଟାଟସ୍‌ ଆଡ୍‌ କରିବାକୁ ଚାହୁଁଛନ୍ତି ତେବେ Web  ଭର୍ସନରେ ଏହା ସମ୍ଭବ ନୁହେଁ। Whatsapp Web କେବଳ ସେହି ସ୍ଥିତି ଦେଖାଇଥାଏ, ଯେଉଁ ୟୁଜର ଆପ୍‌ ବ୍ୟବହାର କରି ଅପଲୋଡ କରିଛନ୍ତି। ଏହାପରେ ଚେକ୍‌ କରାଯାଇଥିବା ଷ୍ଟାଟସ୍‌ ଏଠାରେ ଦେଖାଯିବ ନାହିଁ। ଏଥିପାଇଁ ଆପ୍‌ ଭର୍ସନର ହିଁ ଉପଯୋଗ କରିବାକୁ ପଡିବ। ଆପ୍‌ ଭଳି Web  ରେ ମଧ୍ୟ ଦୁଇଟି ଭିନ୍ନ-ଭିନ୍ନ ଓ୍ଵିଣ୍ଡୋରେ ଗୋଟିଏ Whatsapp ଆକାଉଣ୍ଟ ଖୋଲାଯାଇପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.