ରାଜଧାନୀ ଭୁବନେଶ୍ବରରୁ ୩୪୨   କରୋନା ଆକ୍ରାନ୍ତ ଚିହ୍ନଟ, ୪୨୧ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜଧାନୀ ଭୁବନେଶ୍ବରରୁ ୩୪୨   କରୋନା ଆକ୍ରାନ୍ତ ଚିହ୍ନଟ। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୦୪ ଆକ୍ରାନ୍ତ ଥିବାବେଳେ ଲୋକାଲ କଣ୍ଟାକ୍ଟ  କେସରୁ ୨୩୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ଆଜି ଶୈଳଶ୍ରୀ ବିହାରସ୍ଥିତ ଏକ ସରକାରୀ କ୍ବାରେଣ୍ଟାଇନରୁ ୮ ଜଣ, ୟୁନିଟ-୬ରୁ ୬ ଜଣ, ଜୟଦେବ ବିହାରରୁ ୫ ଜଣ, ମଞ୍ଚେଶ୍ବରରୁ ୫ ଜଣ, ଲକ୍ଷ୍ମୀସାଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।

ସେହିଭଳି ଆଜି ଲୋକାଲା କଣ୍ଟାକ୍ଟ କେସରେ କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୧୩ ଜଣ କର୍ମଚାରୀ  ଅଛନ୍ତି ।  ଖଣ୍ଡଗିରିରୁ ୧୧ ଜଣ, ଏକ ଘରୋଇ ହସ୍ପିଟାଲରୁ ୯ ଜଣ, ପଳାଶୁଣୀ, ବିଜେବି ନଗରରୁ ୭ ଜଣ, ନିଳାଦ୍ରୀ ବିହାରରୁ ୬-୬ ଜଣ, ଗ୍ୟରେଜ ଛକ, ବମିଖାଲରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱରରୁ ଆଜି ମୋଟ ୪୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।   ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ଅଞ୍ଚଳରୁ ୧୮ ଜଣ, ରସୁଲଗଡ଼ ଗାଁରୁ ୧୪ ଜଣ, ସହିଦ ନଗରରୁ ୧୨ ଜଣ, ଆଇଆରସି ଭିଲେଜ ୧୦ ଜଣ , ବଡ଼ଗଡ଼ ବ୍ରିଟ କଲୋନିରୁ ୧୦ ଜଣ, ଚକେଇସିହାଣୀରୁ ୧୦ ଜଣ, ଭୀମଟାଙ୍ଗୀ ଏଚବି କଲୋନି, ନୟାପଲ୍ଳୀରୁ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.