ଲଜ୍ଜା : ମଦ ପିଆଇ ମହିଳାଙ୍କୁ ଗଣଧର୍ଷଣ, ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଲକ୍ଷ୍ମୈା : ଦିନକୁ ଦିନ ମାନବିକତା ହଜି ଯାଉିଛି ସମାଜରେ । କ୍ଷଣିକ ସୁଖର ଲାଳସାରେ ଘଟାଉଛନ୍ତି ଅମାନବୀୟ କାଣ୍ଡ । ଜଣେ ମହିଳାଙ୍କୁ ମଦ ପିଆଇ ଗଣଧର୍ଷଣ କରିଥିବା ଖବର ଜଣାପଡ଼ିଛି ଉତ୍ତର ପ୍ରଦେଶର ଗୋଣ୍ଡା ଅଞ୍ଚଳରେ । ମହିଳା ଜଣକ ବାପ ଘରୁ ଶାଶୂ ଘରକୁ ଯାଉଥିବା ବେଳେ ଗ୍ରାମର ୪ ଜଣ ଯୁବକ ତାଙ୍କୁ ଜବରଦସ୍ତ ମଦ ପିଆଇ ଥିଲେ ।

ନିକଟରେ ଥିବା ଏକ ଆଖୁ କିଆରୀକୁ ନେଇ ଗଣଧର୍ଷଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରିଛି । ମହିଳାଙ୍କୁ ମେଡିକାଲ୍‌ ଯାଞ୍ଚ ପାଇଁ ପଠାଇ ଅଧିକ ତଦନ୍ତ କରୁଥିବା ପୋଲିସ କହିଛି ।

ତେବେ ମହିଳାଙ୍କୁ ଗଣଧର୍ଷଣ ହୋଇନାହିଁ ବରଂ ଜଣେ ଅଭିଯୁକ୍ତ ଧର୍ଷଣ କରିଥିବା ସ୍ଥାନୀୟ ଏସ୍‌ପି ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.