Below header

ଲୁଣ ଲଗାଇ ପଖାଳ ଖାଉଛନ୍ତି ୪ ଭଉଣୀ, ଆଗ ପଛ ହୋଇ ଚାଲିଗଲେ ବାପା ମାଆ

ଏ ବଡ ଭଉଣୀ ପାଖରେ ଆଉ କିଛି ବି ସମ୍ଭଳ ନାହିଁ ଦେବାକୁ । ଏୟା ବୋଧହୁଏ ଏମାନେ ଜାଣିସାରିଛନ୍ତି ସେଥିପାଇର୍ କେତେ ଆନନ୍ଦରେ ଭଉଣୀ ରାନ୍ଧିଥିବା ଭାତକୁ ଖାଉଛନ୍ତି । କଣ ବା କରିବେ ଏମାନେ, ଦୁନିଆକୁ ଆସିଛନ୍ତି ଯେତେବେଳେ ବଞ୍ଚିବାକୁ ତ ପଡିବ, କିନ୍ତୁ ଦୁଃଖ ତ ଖାଲି ଏତିକି ଯେ ଦୁନିଆ କଣ ବୁଝିବା ପୂର୍ବରୁ ଦୁନିଆରେ ବଞ୍ଚିବା ପାଇଁ ଏମାନେ କରୁଛନ୍ତି ସଂଘର୍ଷ ।

ଉଦଳା (କେନ୍ୟୁଜ) : ମାଆ ସାଜିଛି ବଡ ଭଉଣୀ । ନିଜର ତିନି ଭଉଣୀଙ୍କୁ ଆହାର ଦେଉଛନ୍ତି ବଡ ଭଉଣୀ । ଭଉଣୀ ପତ୍ର ଗୋଟାଇ ଯାହା ଦୁଇ ପଇସା କରେ ସେଥିରେ ଚଳୁଛନ୍ତି ଏହି ୪ ଭଉଣୀ । ସମସ୍ତେ ନାବାଳିକା । କିନ୍ତୁ ଏମାନଙ୍କ ପାଇଁ ବାମା ମାଆ ସବୁକିଛି ସାଜିଛିବଡ ଭଉଣୀ । ବାସି ପଖାଳକୁ ଲୁଣ ଲଗାଇ କେମିତି ଏ ଛୁଆ ୪ ଜଣ ଖାଉଛନ୍ତି ଆପଣ ଟିକେ ଦେଖନ୍ତୁ । ଏ ବଡ ଭଉଣୀ ପାଖରେ ଆଉ କିଛି ବି ସମ୍ଭଳ ନାହିଁ ଦେବାକୁ । ଏୟା ବୋଧହୁଏ ଏମାନେ ଜାଣିସାରିଛନ୍ତି ସେଥିପାଇର୍ କେତେ ଆନନ୍ଦରେ ଭଉଣୀ ରାନ୍ଧିଥିବା ଭାତକୁ ଖାଉଛନ୍ତି । କଣ ବା କରିବେ ଏମାନେ, ଦୁନିଆକୁ ଆସିଛନ୍ତି ଯେତେବେଳେ ବଞ୍ଚିବାକୁ ତ ପଡିବ, କିନ୍ତୁ ଦୁଃଖ ତ ଖାଲି ଏତିକି ଯେ ଦୁନିଆ କଣ ବୁଝିବା ପୂର୍ବରୁ ଦୁନିଆରେ ବଞ୍ଚିବା ପାଇଁ ଏମାନେ କରୁଛନ୍ତି ସଂଘର୍ଷ ।

କାହିଁକିନା ବାପା ମାଆ କଥାବାର୍ତ୍ତା ହୋଇ ଗଲାଭଳି ଆଗ ପଛ ହୋଇ ଚାଲିଗଲେ । ପ୍ରଥମେ ବାପା ଚାଲିଗଲେ ଆଉ ବାପା ମୃତ୍ୟୁର ୭ ଦିନ ପରେ ମାଆ ବି ଚାଲିଗଲା ଆରପାରିକୁ । ବାପା ମାଆ ଚାଲିଗଲା ପରେ ଏବେ ୪ କୁନି ଝିଅ ଅନାଥ। ବାପା ଓ ମାଆଙ୍କ ସ୍ନେହ ଓ ମମତା ସେମାନଙ୍କ ପାଇଁ ଆଜି ଅଲୋଡ଼ା ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଲମଗଡିଆ ପଞ୍ଚାୟତର ଏ ହେଉଛି ଦୁଗଧା ଗାଁ । ଏହି ଗାଁରେ ୪ ଅନାଥ ଝିଅ ନିଜର ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଭାଗ୍ୟର ନିୟତି ଏହି ୪ ଅନାଥଙ୍କ ପାଇଁ ଏକ ସ୍ବପ୍ନ ହୋଇ ରହି ଯାଇଛି । ବାପା ଜୁନା ହେମ୍ରମ, ମାଆ ଛିତା ହେମ୍ରମ୍ ଆଜିକୁ ଦୁଇବର୍ଷ ହେବ ଆଗପଛ ହୋଇ ଚାଲିଯାଇଛନ୍ତି । ଆଗରେ ଜୁନାଙ୍କ ଦେହାନ୍ତ ହୋଇଥିବା ବେଳେ ଠିକ୍ ସାତ ଦିନ ପରେ ତାଙ୍କ ସ୍ତ୍ରୀ ଛିତାଙ୍କ ଦେହାନ୍ତ ହୋଇଥିଲା । ସେବେ ଠାରୁ ଏକାକୀ ଜୀବନ ବିତାଉଛନ୍ତି ଏହି ୪ ଭଉଣୀ।

ଦୁଇ ଝିଅ ରେସନ ଚାଉଳ ପାଆନ୍ତି ଆଓ ଦୁଇ ସାନଝିଅ ରେଶନ୍ ଚାଓଳ ପାଆନ୍ତି ନାହିଁ, ଉଳିଏ ଖାଇଲେ ଉଳିଏ ଉପାସ । ବଡ଼ ଭଉଣୀ ନିଜର ୩ ଭଉଣୀ ଙ୍କ ପାଇଁ ମୂଲ ଲାଗେ। ହେଲେ ତାର ପାଠ ପଢ଼ିବାକୁ ବହୁତ୍ ଇଚ୍ଛା ଥିଲେ ମଧ୍ୟ ଦୁଇ ବର୍ଷ ହେବ ପାଠ ପଢାରେ ଡୋରି ଲାଗିଛି । ପାଠ ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ଗରିବି ସେମାନଙ୍କ ପାଇଁ ବାଧକ ସାଜିଛି।

ତେବେ ସେହି ଅନାଥ ଝିଅଙ୍କ ମୁଁହରେ ହସ ଫୁଟାଇବା ପାଇଁ ସହାୟତା ର ହାତ ବଢାଇଛନ୍ତି କିଟ୍ ଓ କିସର ପ୍ରତିଷ୍ଠାତା ଡ.ଅଚୁତ୍ୟ ସାମନ୍ତ। ଉକ୍ତ ଗାଁରେ ୪ ଅନାଥ ଝିଅଙ୍କର ଦୁର୍ଦ୍ଦଶାର ଖବର ପାଇଥିଲେ ଡ. ସାମନ୍ତ । ଖବର ପାଇବା ପରେ ତାଙ୍କର ପ୍ରତନିଧି ଯାଇ ସମସ୍ତ ଦୁଃଖ ବୁଝିବା ସହ ଡ. ଅଚ୍ୟୁତ ସାମନ୍ତ ଦେଇଥିବା କିଛି ସହାୟତା ପ୍ରଦାନ କରିଥିଲେ। ତେବେ ତାଙ୍କର ଏହି ବଦାନ୍ୟ କୁ ଅନାଥ ଝିଅ ସହ ଗ୍ରାମବାସୀ ମାନେ ଧନ୍ୟବାଦ ଦେଇଥିଲେ।

ଓଳିଏ ଖାଇଲେ ଓଳିଏ ଉପାସ ପୁଣି ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ। ଭଙ୍ଗା କୁଡିଆ ରେ ଖରା, ବର୍ଷା ଓ ଶୀତ କାକର ରେ ଜୀବନ ବିତାଇବାକୁ ପଡୁଛି । ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ସମସ୍ୟା ସେମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି। ତେବେ ତାଙ୍କ ସମ୍ପର୍କୀୟ ତଥା ଗ୍ରାମବାସୀ ମାନେ ଡ. ଅଚ୍ୟୁତ ସାମନ୍ତଙ୍କର ଏହି ସହାୟତା ଆଗକୁ ଏହି ଚାରି ଭଉଣୀଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.