ସାମ୍ନାକୁ ଆସିଲା ‘ଫାଇଟର’ର ଟିଜର, ଜାନୁଆରୀରେ ମୁକ୍ତିଲାଭ କରିବ ଫିଲ୍ମ

ଫିଲ୍ମ ‘ଫାଇଟର’ ଟିଜର ରିଲିଜ୍‌ ହୋଇଛି । ଫିଲ୍ମରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି । ଏହି ଟିଜରଟି ପୂରା ଆକ୍ସନ୍ ପ୍ୟାକ୍ ହୋଇଛି ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଧେଶିତ ମୋଷ୍ଟ ପପୁଲାର ଫିଲ୍ମ ‘ଫାଇଟର’ ର ଫ୍ୟାନ୍ସ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ‘ଫାଇଟର’ରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି । ଫିଲ୍ମର ପୋଷ୍ଟ ରିଲିଜ୍‌ ପରଠାରୁ ଫିଲ୍ମକୁ ନେଇ ଦର୍ଶକମାନଙ୍କର ଉତ୍ସାହ ବଢିଯାଇଛି । ଏହି ମଉକାରେ ଫିଲ୍ମ ମେକର୍ସ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢାଇବା ପାଇଁ ଫିଲ୍ମ ‘ଫାଇଟର’ର ଏକ ଧାସୁ ଟିଜର ରିଲିଜ୍‌ କରିଛନ୍ତି । ଏହି ଟିଜରଟି ପୂରା ଆକ୍ସନ୍ ପ୍ୟାକ୍ ହୋଇଛି ଏବଂ ଏହାକୁ ଦେଖିବା ପରେ ରୁମ ଟାଙ୍କୁରି ଉଠୁଛି ।

ମୋଷ୍ଟ ପପୁଲାର ଫିଲ୍ମ ‘ଫାଇଟର୍’ର ନିର୍ମାତାମାନେ ଆଜି ଏହାର ଟିଜର ରିଲିଜ୍ କରି ଫ୍ୟାନ୍ସଙ୍କୁ ଫିଲ୍ମର ପ୍ରଥମ ଝଲକ ଦେଖାଇଛନ୍ତି । ଏହି ଏରିଆଲ୍ ଆକ୍ସନ୍ ଡ୍ରାମା ଫିଲ୍ମ ୧ ମିନିଟ୍ ୧୩ ସେକେଣ୍ଡ୍ ଟିଜରରେ ହ୍ରିତିକ୍ ରୋଶନ୍, ଦୀପିକା ପାଦୁକୋନ୍ ଏବଂ ଅନିଲ କପୁରଙ୍କ ଦମ୍‌ଦାର ଲୁକ୍ ଦେଖିବା ପରେ ଫ୍ୟାନ୍ସମାନେ କ୍ରେଜି ହୋଇ ଯାଉଛନ୍ତି । ସେନା ୟୁନିଫର୍ମ ପିନ୍ଧିଥିବା ତିନି ଜଣ ବହୁତ ସୁନ୍ଦର ଲାଗୁଛନ୍ତି ଏବଂ ଦର୍ଶକ ଏହି ଟିଜରକୁ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ଏହି ଫିଲ୍ମରେ ଦୀପିକା ଏବଂ ହ୍ରିତିକ ଏକ ଯୁଦ୍ଧ ବିମାନରେ ବସିକରି ଏରିୟଲ ଆକ୍ସନ କରୁଥିବା ନଜର ଆସିଛନ୍ତି ।

କେବଳ ଏତିକି ନୁହେଁ ଟିଜରର ବ୍ୟାଗ୍‌ଗ୍ରାଉଣ୍ଡରେ ଜାତୀୟ ପତାକା ସହିତ ହେଲିକପ୍ଟରରେ ହ୍ରିତିକଙ୍କ କ୍ଲୋଜିଂ ସଟ ମଧ୍ୟ ଦମ୍‌ଦାର ହୋଇଛି । ଏସବୁ ବ୍ୟତୀତ ହ୍ରିତିକ ଏବଂ ଦୀପିକାଙ୍କ ଜୋରଦାର କେମେଷ୍ଟ୍ରି ମଧ୍ୟ ଟିଜରରେ ପ୍ରଦର୍ଶିତ ହୋଇଛି । ସେହି ଟିଜରରେ ଦୁଇଜଣଙ୍କର ଲିପ୍ ଲକ୍ ମଧ୍ୟ ଦେଖିବା ପାଇଁ ମିଳିଛି । ଯାହା ଟିଜର ରିଲିଜ୍ ପରେ ନିଶ୍ଚିତ ଭାବରେ ଆଲୋଚନାକୁ ଆସିବା ପାଇଁ ଯାଉଛି । କିନ୍ତୁ ଫିଲ୍ମ ‘ଫାଇଟର’ର ଟିଜର ଦେଖିବା ପାରେ ସବୁ ଲୋକଙ୍କ ରୁମ ଟାଙ୍କୁରି ଉଠିଛି ।

ସିଦ୍ଧାର୍ଥ ଆନନ୍ଦଙ୍କ ହାର୍ଡ-କୋର୍ ଏରିଆଲ୍ ଏନ୍‌ଣ୍ଟଟେନ୍‌ମେଣ୍ଟ ‘ଫାଇଟର୍’ର ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ୍, ଦୀପିକା ପାଦୁକୋନ୍ ଏବଂ ଅନିଲ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ହ୍ରିତିକଙ୍କୁ ଏକ ସ୍କ୍ୱାଡ଼ରୋଂ ଲିଡର ଶ୍ୟାମଶର ପଠାନିଆ ବା ପାଟିଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯେତେବେଳେ ଦୀପିକା ପାଦୁକୋନ୍ ସ୍କ୍ୱାଡ଼ରୋଂ ଲିଡର୍ ମୀନାଲ୍ ରାଥୋଡ୍ ବା ମିନିଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଅନିଲ କପୁର ଜଣେ କମାଣ୍ଡିଂ ଅଫିସର, ଗ୍ରୁପ୍ କ୍ୟାପଟେନ୍ ରାକେଶ ଜୟ ସିଂ ବା ରକିଙ୍କ ଦମ୍‌ଦାର ଭୂମିକାରେ ନଜର ଆସିଛନ୍ତି । ତାହେଲେ ଆସନ୍ତୁ ଆପଣଙ୍କୁ ଜଣାଇବୁ ଯେ ଏହି ମୋଷ୍ଟ ପପୁଲାର ଫିଲ୍ମ ‘ଫାଇଟର୍’ ଆସନ୍ତା ବର୍ଷ ଜାନୁଆରୀରେ ଗଣତନ୍ତ୍ର ଦିବସ ଅବସରରେ ବଡ ପରଦାରେ ମୁକ୍ତିଲାଭ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.