ଦ୍ୱିତୀୟ ବିବାହ ବାର୍ଷିକୀରେ ଭିଡିଓ ଛାଡ଼ିଲେ ଭିକି କୌଶଲ, ବିମାନ ଭିତରେ ଏମିତି ହରକତ କଲେ କ୍ୟାଟ୍ରିନା କୈଫ୍‌

ଆଜି ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ଭିକି କୌଶଲ ପତ୍ନୀ କ୍ୟାଟ୍ରିନାଙ୍କର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ତାଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି।

ବଲିଉଡ୍‌ର ଆଡୋରେବଲ୍‌ କପଲ୍‌ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ବିବାହକୁ ଆଜି ୨ ବର୍ଷ ପୂରଣ ହୋଇଛି। ବଡ଼ ଧୁମ୍‌ଧାମରେ ଉଭୟ ରାଜସ୍ଥାନର ସୱାଇ ମାଧୋପୁରରେ ପରମ୍ପରା ସହିତ ରାଜକୀୟ ବିବାହ କରିଥିଲେ। ଆଜି ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ଭିକି କୌଶଲ ପତ୍ନୀ କ୍ୟାଟ୍ରିନାଙ୍କର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ତାଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି।

ସାମ୍‌ ବାହାଦୂର ଅଭିନେତା ଭିକି କ୍ୟାଟ୍ରିନାଙ୍କର ଏହି ଲାଟେଷ୍ଟ୍‍ ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଠି ଦୁଇଜଣ ବିମାନ ଭିତରେ ବସିଥିବାର ନଜର ଆସୁଛନ୍ତି। ଭିଡିଓରେ ଦେଖାଯାଉଛି କି, ବିମାନ ଭିତରେ ବସି କ୍ୟାଟ୍ରିନା ବକ୍ସିଂ ଅଭ୍ୟାସ କରୁଛନ୍ତି।

ପତ୍ନୀଙ୍କ ଏହି ମଜାଳିଆ ଭିଡିଓ ସେୟାର କରି ଭିକି କ୍ୟାପସନ ଲେଖିଛନ୍ତି, ‘ଜୀବନ ଏବଂ ଉଡ଼ାଣରେ ସମ୍ପୂର୍ଣ୍ଣ ମନୋରଞ୍ଜନ ଅଛି। ଲଭ୍‌ ୟୁ ବିଉଟିଫୁଲ୍‌, ଏହାକୁ ଜାରି ରଖ’। ସେପଟେ ଭିଡିଓ ସେୟାର ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ପ୍ରଶଂସକମାନେ ବିଭିନ୍ନ କମେଣ୍ଟ୍‌ ଦେବାରେ ଲାଗିଛନ୍ତି।

ଜଣେ ପ୍ରଶଂସକ ଲେଖିଛନ୍ତି, ‘ହା ହା ହା ଖୁସିର ବିବାହ ବାର୍ଷିକୀ’। ସେପଟେ ଅନ୍ୟ ଜଣେ କହିଛନ୍ତି, ‘ହେ ଭଗବାନ, ଫିଟ୍‌ନେସକୁ ନେଇ ଏତେ ଉତ୍ସର୍ଗୀକୃତ ଯେ ବିମାନ ଭିତରେ ବି ବକ୍ସିଂ ଅଭ୍ୟାସ ଆରମ୍ଭ କରିଦେଲେ’।

ଅନ୍ୟପକ୍ଷରେ ଭିକିଙ୍କ ଓ୍ଵାର୍କ ଫ୍ରଣ୍ଟ୍‌ ଦେଖିଲେ, ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ସାମ୍ ବାହାଦୂର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ତାଙ୍କ କାମକୁ ବହୁତ ପ୍ରଶଂସା କରାଯାଉଛି। ଏହାସହ କ୍ୟାଟ୍ରିନା ମଧ୍ୟ ସଲମାନ ଖାନଙ୍କ ସହ ‘ଟାଇଗର ୩’ରେ ନଜର ଆସିଥିଲେ, ଯାହା ବକ୍ସ ଅଫିସରେ ହିଟ୍ ହୋଇଥିଲା।

 

View this post on Instagram

 

A post shared by Vicky Kaushal (@vickykaushal09)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.