ରାଜ୍ୟରେ ୪ଟି ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ ଜେଏମ୍‌ଏଫସି କୋର୍ଟ ଉଦ୍‌ଘାଟିତ

ରାଜ୍ୟରେ ୪ଟି ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ ଜେଏମ୍‌ଏଫସି କୋର୍ଟ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ଦ୍ୱାରା ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟିତ ହୋଇଯାଇଛି। ପୁରୀ ଜିଲ୍ଲାର କଣାସ, ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, ହେମଗିରି ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ଉଦ୍‌ଘାଟିତ ହୋଇଛି ଏହି ସମସ୍ତ କୋର୍ଟ । ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ବିଚାରପତିଙ୍କ ସମେତ ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ କେ.ଆର ମହାପାତ୍ର, ଜଷ୍ଟିସ ବି ପି ରାଉତରାୟଙ୍କ ସମେତ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ । ହାଇକୋର୍ଟଙ୍କ ରେଜିଷ୍ଟ୍ରାର ପଦାଧିକାରୀ ପୁରୀ,ସୁନ୍ଦରଗଡ଼ କଳାହାଣ୍ଡି ଜିଲା ଜଜ୍‌ ଓ ସ୍ଥାନୀୟ ବାର ଆସୋସିଏସନର କର୍ମକର୍ତ୍ତା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ।

ରାଜ୍ୟରେ ୩୪ଟି ନୂଆ କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବାରୁ ମୁଖ୍ୟ ବିଚାରପତି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନୀ ଭାଷଣରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଥିଲେ ଯେ, ଜଷ୍ଟିସ ଆଟ୍‌ ଡୋର ଷ୍ଟେପ୍‌ ବା ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ପାଇଁ ଏଭଳି ଅଧିକରୁ ଅଧିକ କୋର୍ଟ ସ୍ଥାପନର ଆବଶ୍ୟକତା ରହିଛି। ଏଥିପାଇଁ ଉଭୟ ବିଚାରପତି ଓ ଆଇନଜୀବୀ ମାନଙ୍କର ସହଯୋଗ ନିହାତି ଦରକାର। ଓଡ଼ିଶାର ଜେଲ ଗୁଡିକରେ ବିଚାରଧୀନ ବନ୍ଦୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେଥିପାଇଁ ମାମଲା ଗୁଡିକର ତ୍ୱରିତ ଶୁଣାଣି ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.